spot_img

Latest Posts

ଇଏ କେବଳ ଟ୍ରେଲର, ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ : ଟ୍ରେଲର ଦେଖିଲେ ଫିଲ୍ମ ବାକି ଅଛି । ସୁଧୁରିଗଲେ ଭଲ ନହେଲେ କଠୋର ଦଣ୍ଡ ଦିଆଯିବ । ମାତ୍ର ୨୩ ମିନିଟରେ ଖେଳ ଖତମ କରିଦେଲା ସେନା । ଏବେ ପାକିସ୍ତାନକୁ ପରୀକ୍ଷା କରାଯାଉଛି । ପରୀକ୍ଷାରେ ବିଫଳ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଭୁଜ ଗସ୍ତରେ ଯାଇ ସେନାକୁ ଉଦବୋଧନରେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗୁଜୁରାଟର ଭୁଜ୍ ଏୟାର ବେସରେ ଯବାନ ଏବଂ ସେନା ଅଧିକାରୀଙ୍କ ସହ ସାକ୍ଷାତ କଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ସେ ଦିନକ ପୂର୍ବରୁ ଶ୍ରୀନଗର ମଧ୍ୟ ଗସ୍ତ କରିଥିଲେ। ସେ ସେନାର ସଠିକତାର ସହିତ ଆକ୍ରମଣ କରିବାର କ୍ଷମତାକୁ ପ୍ରଶଂସା କରିଥିଲେ ଏବଂ ଆତଙ୍କବାଦୀମାନଙ୍କୁ ଏକ କଡ଼ା ବାର୍ତ୍ତା ଦେଇଥିଲେ।

ଭାରତ-ପାକିସ୍ତାନ ଯୁଦ୍ଧବିରତି ପରେ, ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି ସମସ୍ତ ନେତା ସେନାର ମନୋବଳ ବୃଦ୍ଧି କରିବାରେ ବ୍ୟସ୍ତ। ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବର ଆଦମପୁର ଏୟାରବେସରେ ପହଞ୍ଚି ସେନାଙ୍କୁ ସମ୍ୱୋଧନ କରିଥିଲେ। ଏହା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଶ୍ରୀନଗରରେ ପହଞ୍ଚିଥିଲେ ଏବଂ ଆଜି ସେ ଗୁଜରାଟର ଭୁଜ ଏୟାରବେସ୍ ପରିଦର୍ଶନ କରିଥିଲେ। ଏଠାରେ ସେ ସେନା ସୈନିକମାନଙ୍କୁ ଭେଟିଲେ। ଏହା ସହିତ, ସେ ଅପରେସନ ସିନ୍ଦୂର ସମୟରେ ପରିସ୍ଥିତି ବିଷୟରେ ମଧ୍ୟ ସୂଚନା ନେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭୁଜ ଏୟାରବେସରେ ସୈନିକମାନଙ୍କୁ ସମ୍ବୋଧିତ କରିଥିଲେ। ଏଠାରେ ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଏପର୍ଯ୍ୟନ୍ତ କେବଳ ଟ୍ରେଲର ଦେଖାଯାଇଛି, ଯଦି ଅସ୍ତ୍ରବିରତି ଭଙ୍ଗ ହୁଏ ତେବେ ଏହାଠୁ ଆହୁରି ଭୟଙ୍କର ହେବ ଆକ୍ରମଣ ।

ଏହା ଛଡା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ IMF ପାଣ୍ଠି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ IMF ଟଙ୍କା ଆତଙ୍କବାଦୀଙ୍କ ପାଖରେ ପହଞ୍ଚୁଛି କେମିତି ? କ’ଣ IMF ପରୋକ୍ଷ ଭାବରେ ଆତଙ୍କବାଦକୁ ପାଣ୍ଠି ଯୋଗାଇବାକୁ ଚାହୁଁଛି ? ଯଦି ଚାହୁଁଛି ତେବେ ପାକିସ୍ତାନକୁ ପାଣ୍ଠି ଦେବା ପୂର୍ବରୁ IMFକୁ ଭାବିବା ଉଚିତ ।

କ’ଣ କହିଲେ ପ୍ରତିରକ୍ଷା ମନ୍ତ୍ରୀ?

ରାଜନାଥ ସିଂହ କହିଛନ୍ତି, ମୁଁ ଆଜି ତୁମମାନଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ତୁମମାନଙ୍କ ମଧ୍ୟରେ ଆସିଛି। ଆପଣମାନେ ସିନ୍ଦୂର ଅପରେସନରେ ପ୍ରକୃତରେ ଏକ ଚମତ୍କାର କାମ କରିଛନ୍ତି ଏବଂ ଆପଣମାନେ ସାରା ବିଶ୍ୱରେ ଭାରତକୁ ଗର୍ବିତ କରିଛନ୍ତି । ସିନ୍ଦୂର ଅପରେସନ ସମୟରେ ସହିଦ ହୋଇଥିବା ଆମର ସମସ୍ତ ସୈନିକ ଏବଂ ସାଧାରଣ ନାଗରିକଙ୍କୁ ମୁଁ ପ୍ରଣାମ କରୁଛି ଏବଂ ଆହତ ହୋଇଥିବା ଆମର ସାହସୀ ସୈନିକଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।

ଏହା ଛଡା  ସେ କହିଥିଲେ, ‘ଏହା କୌଣସି ଛୋଟ କଥା ନୁହେଁ ଯେ ଆମର ବାୟୁସେନାର ପାକିସ୍ତାନର ପ୍ରତ୍ୟେକ କୋଣରେ ପ୍ରବେଶରେ ପଶି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରିଛି  । ହେଲେ ଏବେ ଭାରତର ଲଢ଼ୁଆ ବିମାନଗୁଡ଼ିକ ସୀମା ପାର ନକରି ଏଠାରୁ ଦେଶର ପ୍ରତ୍ୟେକ କୋଣରେ ସିଧାସଳଖ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ।’ ସାରା ବିଶ୍ୱ ଦେଖିଛି ଯେ ଆମେ ପାକିସ୍ତାନ ମାଟିରେ ୯ଟି ଘାଟିକୁ କିପରି ଧ୍ୱଂସ କରିଛୁ।

Latest Posts

Don't Miss