କରୋନା ଭୂତାଣୁ ସହ ଜନ୍ମ ନେଲେ ଚୀନର ନବଜାତ, ଚିନ୍ତାରେ ସରକାର

କରୋନା ଭାଇରସ୍‌ ପାଇଁ ସାରା ବିଶ୍ୱ ଏବେ ଭୟରେ ଥରୁଛି । ମହାମାରୀର ରୂପ ନେଇସାରିଛି ଭୟଙ୍କର କରୋନା ଭାଇରସ୍‌ । ଚୀନ୍‌ରେ କରୋନା ଭାଇରସ୍‌ ଯୋଗୁଁ ୫ଶହରୁ ଉର୍ଦ୍ଧ୍ୱ ଲୋକଙ୍କର ଜୀବନ ଗଲାଣି । ଆହୁରି ୨୮ହଜାର ଲୋକ ଏହି କରୋନା ଭାଇରସ୍‌ରେ ଆକ୍ରାନ୍ତ ଅଛନ୍ତି । ସେପଟେ ଦେଖିବାକୁ ଗଲେ କରୋନା ଭାଇରସ୍‌ରେ ପ୍ରତ୍ୟକ ଦିନ ଏକ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି କି ଏହି ଭାଇରସ୍‌ ଏବେ ନବ ଜନ୍ମିତ ଶିଶୁ ମାନଙ୍କ ମଧ୍ୟରେ ଦେଖା ଦେଲାଣି । ଉହାନ ସହରରେ ଜନ୍ମ ନେଇଥିବା ଏକ ଶିଶୁ ଦେହରେ ଏହି ରୋଗ ଦେଖା ଦେଇଛି ।

ଜନ୍ମ ହେବାର ମାତ୍ର ୩୦ ଘଣ୍ଟା ପରେ କରୋନା ଭାଇରସରେ ପୀଡିତ ହୋଇଛି ନବଜାତ ଶିଶୁ । ଏହି ଖବର ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଚାଇନାର ସରକାରୀ ଗଣମାଧ୍ୟମ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି । ଏବେସୁଦ୍ଧା ଆକ୍ରାନ୍ତଙ୍କ ମଧ୍ୟରେ ଉକ୍ତ ନବଜାତ ସବୁଠାରୁ କମ୍‌ ବୟସର କରୋନାଭାଇରସ ପୀଡିତ ବୋଲି କୁହାଯାଇଛି ।

Corona

ଡାକ୍ତରଙ୍କ କହିବା ମୁତାବକ ମା’ କାରୋନା ଭାଇରସରେ ପୀଡିତ ଥିବାରୁ ଶିଶୁଟି ଏଥିରେ ଆକ୍ରାନ୍ତ ହୋଇଥାଇ ପାରନ୍ତି । ନଚେତ୍‌ ଜନ୍ମ ହେବା ମାତ୍ରେ ସେ କରୋନା ଭାଇରସ୍‌ କବଳକୁ ଆସିଯାଇଥାଇପାରେ।

Leave a Reply