spot_img

Latest Posts

ଏନକାଉଣ୍ଟରରେ ୩ ଜୈଶ ଆତଙ୍କବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ ;  ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ସହିତ ଗୁଳି ବିନିମୟରେ ୩ ଜୈଶ ଆତଙ୍କବାଦୀ ନିହତ। ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ହେଉଛି ୪୮ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଏନକାଉଣ୍ଟର। ଏହା ଆଗରୁ ମଙ୍ଗଳବାର ଶୋପିଆନରେ ତିନି ଜଣ ଲସ୍କର-ଏ-ତୈବା ଆତଙ୍କବାଦୀ ନିହତ ହୋଇଥିଲେ। ଆଜି ଭୋରରୁ ତ୍ରାଲ ଅଞ୍ଚଳର ନାଦିର ଗାଁରେ ଏନକାଉଣ୍ଟର ହୋଇଥିଲା। ଗୁଳି ବିନିମୟରେ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ ଆସିଫ ଅହମ୍ମଦ ଶେଖ, ଆମିର ନାଜିର ୱାନି ଏବଂ ୟୱାର ଅହମ୍ମଦ ଭଟ୍ । ସେମାନେ ସମସ୍ତେ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା। ୨୦୨୩ ମସିହାରେ ସେମାନେ ଲସ୍କରରେ ଯୋଗ ଦେଇଥିବା ଜଣାପଡ଼ିଛି। ଗତ ବର୍ଷ ଏପ୍ରିଲ ୮ ତାରିଖରେ ଡେନିସ୍ ରିସର୍ଟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଡିତ ଥିଲେ ଏହି ଆତଙ୍କବାଦୀ। ସେମାନଙ୍କ ଆକ୍ରମଣରେ ଦୁଇ ଜଣ ଜର୍ମାନ ପର୍ଯ୍ୟଟକ ଏବଂ ଜଣେ ଡ୍ରାଇଭର ଆହତ ହୋଇଥିଲେ। ଗତ ବର୍ଷ ମେ ମାସରେ ଶୋପିଆନର ହିରପୋରାରେ ଜଣେ ବିଜେପି ସରପଞ୍ଚଙ୍କ ହତ୍ୟାରେ ମଧ୍ୟ ଏହି ଆତଙ୍କବାଦୀ ସଂପୃକ୍ତ ଥିଲେ।

Latest Posts

Don't Miss