spot_img

Latest Posts

ସୋପିଆନରେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ, ତିନି ଲସ୍କର ଆତଙ୍କୀବାଦୀଙ୍କୁ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର

ଜାମୁ କାଶ୍ମୀର: ଜାମୁ ଓ କାଶ୍ମୀର ସୋପିଆନରେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ। ଗତକାଲିଠାରୁ ସେଠାରେ ଜାରି ରହିଥିବା ଅପରେସନରେ ଯବାନଙ୍କୁ ମିଳିଛି ବିପୁଳ ସଫଳତା। ବିଭିନ୍ନ ସ୍ଥାନରେ ଚଢାଉ କରଯାଇ ଜବତ ହୋଇଛି ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର। ଏନକାଉଣ୍ଟର ପ୍ରଥମେ କୁଲଗାମରୁ ଆରମ୍ଭ ହୋଇଥିଲା। ପରେ ସୋପିଆନକୁ ଏହି ଅଭିଯାନ ଯାଇଥିଲା। ଅପରେସନରେ ନିୟୋଜିତ ହୋଇଥିଲେ ସେନା ଓ ଅର୍ଦ୍ଧସାମରିକ ବାହିନୀ। ରାଷ୍ଟ୍ରୀୟ ରାଇଫଲ୍ସର ୟୁନିଟର ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ କରାଯାଇଥିଲା।

କାଶ୍ମୀରର ସୋପିଆନରେ ତିନି ଲସ୍କର ଆତଙ୍କୀବାଦୀଙ୍କୁ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର କେଲର ଅଞ୍ଚଳରେ ଏହି ଏନକାଉଣ୍ଟର ଘଟଣା ଘଟିଛି । ଯେଉଁଥିରେ ଲସ୍କର-ଏ-ତୋଇବାର ତିନି ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ସ୍ଥାନୀୟ ଶୁକ୍ରୁ ଜଙ୍ଗଲରେ ଆତଙ୍କୀବାଦୀଙ୍କ ଉପସ୍ଥିତି ନେଇ ଖବର ପାଇବା ପରେ ସର୍ଚ୍ଚ ଅପରେସନ କରି ତିନି ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ । ଏହି ଅଭିଯାନରୁ ପ୍ରବଳ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

Latest Posts

Don't Miss