ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବି ହେବ ବର୍ଷା !

ଭୁବନେଶ୍ୱର: ବଦଳୁଛି ପାଗର ମିଜାଜ । ଆଉ ପାଣିପାଗର ଏଭଳି ମିଜାଜ ରାଜ୍ୟବାସୀଙ୍କ ଚିନ୍ତା ବଢାଇ ଦେଇଛି । କୋହଲା ପାଗ ଯୋଗୁଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଫସଲ ସହ ମଣ୍ଡିରେ ଥିବା ଧାନ ନଷ୍ଟ ହେବାର ଭୟ ଘାରିଛି ଚାଷୀଙ୍କୁ ।

ସେପଟେ ଆହୁରି ଦୁଇଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏନେଇ ରାଜ୍ୟ ଅଧିକାଂଶ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି କନ୍ଧମାଳ, ମୟୂରଭଞ୍ଜ, ଢ଼େଙ୍କାନାଳ, କେନ୍ଦୁଝର, କଳାହାଣ୍ଡି ଏବଂ ନବରଙ୍ଗପୁର ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ରହିଛି । କାରଣ ଏହି ସବୁ ଅଞ୍ଚଳରେ ୩୦ରୁ ୪୦ ମିଲିମିଟର ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି । ଚାଷୀ ମାନଙ୍କୁ ଧାନ ସବୁକୁ ସୁକ୍ଷୀତ ସ୍ଥାନକୁ ନେଇଯିବା ପାଇଁ କୁହାଯାଇଛି ।

ଅପରପକ୍ଷେ ଆଗାମୀ ଦିନରେ ପାଣିପାଗ ପୁଣି ବଦଳିବ ଏବଂ ତାପମାତ୍ରା କ୍ରମେ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତକାଲି ରାତିରେ ରାଜ୍ୟର ଭିବିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା । ରାତି ପ୍ରାୟ ୯ଟାରୁ କୁହୁଡ଼ି କାରଣରୁ ୨୦ରୁ ୩୦ ମିଟର ପର୍ଯ୍ୟନ୍ତ ରାସ୍ତା ଦେଖା ଯାଉନଥିଲା । ଆଜି ସକାଳୁ ମଧ୍ୟ କୁହୁଡ଼ିର ଚାଦର ତଳେ ରାଜ୍ୟର କିଛି ସ୍ଥାନ ଘୋଡ଼ାଇ ହୋଇ ରହିଥିଲା ।

 

Leave a Reply