ପାକିସ୍ତାନ ବିରୋଧରେ ଆକ୍ସନ ଜରୁରୀ ଥିଲା: ଡିଜିଏମଓ
1 min read
ନନ୍ଦିଘୋଷ ବ୍ୟୁରୋ: ଜରୁରୀ ଥିଲା ପାକିସ୍ତାନ ବିରୋଧରେ ଆକ୍ସନ । ଆମର ଲଢ଼େଇ ଆତଙ୍କବାଦ ବିରୋଧରେ । ସେମାନଙ୍କୁ ସହଯୋଗ କରିଥିଲା ପାକିସ୍ତାନ । ତେଣୁ ଆକ୍ରମଣ କରିବା ପାଇଁ ଆମେ ବାଧ୍ୟ ହୋଇଥିଲୁ । ପ୍ରେସମିଟରେ ତିନି ସେନାର ଡିଜିଏମଓ ଏମିତି କହିଛନ୍ତି ।
ଭାରତୀୟ ସେନାର ଡାଇରେକ୍ଟର ଜେନେରାଲ ଅଫ୍ ମିଲେଟ୍ରି ଅପରେସନ (ଡିଜିଏମଓ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି, ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳକୁ ଆମେ ଧ୍ଵଂସ କରିଛୁ । ମେ’ ୭ରେ ବହୁ ଆତଙ୍କବାଦୀ ଶିବିର ନଷ୍ଟ କରିଛି ଭାରତୀୟ ସେନା । ଭାରତର ଆକ୍ରମଣରେ ଧ୍ଵଂସ ପାଇଛି ପାକିସ୍ତାନର ଏୟାରବେସ୍ । ଏହାର ପ୍ରମାଣ ବି ଆଜି ଦିଆଯାଇଛି । ନୁର ଖାନ ଏୟାରବେସର ଭିଡିଓ ଦେଖାଇଛି ସେନା । ସେହିପରି ରହିମୟାର ଖାନ ଏୟାରବେସକୁ ମଧ୍ୟ ଧ୍ଵଂସ କରିଛି ଭାରତ । ଡିଜିଏମଓ କହିଛନ୍ତି, ଆମେ ସୀମା ଅତିକ୍ରମ ନ କରି ଟାର୍ଗେଟକୁ ଧ୍ଵଂସ କରିଛୁ । ଆରବ ସାଗରରେ କଡ଼ା ନଜର ରଖିଥିଲା ନୌସେନା । ଶତ୍ରୁର ଜାହାଜକୁ ପାଖକୁ ଆସିବାକୁ ଦେଇ ନଥିଲୁ ।
ପାଲଟା ଆକ୍ରମଣ କରିବାକୁ ପାକିସ୍ତାନ ଚେଷ୍ଟା କରିଥିଲେ ବି ସଫଳ ହୋଇପାରି ନଥିଲା । ପାକିସ୍ତାନ ପଠାଇଥିବା ସବୁ ଡ୍ରୋନକୁ ନଷ୍ଟ କରିଛି ଭାରତ । ଆମର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦ କରିବା ଅସମ୍ଭବ ବୋଲି କହିଛନ୍ତି ଡିଜିଏମଓ । ଆମେ ଚୀନର ମିଜାଇଲ ଓ ଡ୍ରୋନକୁ ଧ୍ଵଂସ କରାଯାଇଛି । ପାକିସ୍ତାନର ପିଏଲ-୧୫ ମିଜାଇଲକୁ ମଧ୍ୟ ଧ୍ଵଂସ କରାଯାଇଛି । ମିଶନ ପୂରା ହୋଇଛି । ଆମର ଏୟାର ଡିଫେନ୍ସ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଯେକୌଣସି ମିଶନକୁ ମୁକାବିଲା କରିବାକୁ ଭାରତ ତୟାର ।