ଆଇପିଏଲ ୨୦୨୫ର ବାକି ମ୍ୟାଚରେ ଖେଳି ନପାରନ୍ତି ଅଷ୍ଟ୍ରେଲିୟ ଖେଳାଳି

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସ୍ଥଗିତ ରହିଛି ଆଇପିଏଲ-୨୦୨୫ । ବାକିଥିବା ମ୍ୟାଚ ଗୁଡ଼ିକ ପୁଣିଥରେ ଖେଳାଯିବ । ଖୁବଶୀଘ୍ର ମ୍ୟାଚ ଆରମ୍ଭ ହେବ ବୋଲି କୁହାଯାଉଥିବାବେଳେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବାକି ମ୍ୟାଚରେ ଅଷ୍ଟ୍ରେଲିୟ ଖେଳାଳିମାନେ ଅନୁପସ୍ଥିତ ରହିପାରନ୍ତି ବୋଲି କୁହାଯାଉଛି । ଯଦିଓ ଏନେଇ କୌଣସି ଅଫିସିଆଲ ସୂଚନା ମିଳିନାହିଁ । ତଥାପି ବିଶ୍ବ ଟେଷ୍ଟ ଚାମ୍ପିୟନ୍ସସିପ ପାଇଁ ଅଷ୍ଟ୍ରେଲିୟ ଖେଳାଳିମାନେ ଅଭ୍ୟାସ କରିପାରନ୍ତି । ଯେଉଁ କାରଣରୁ ସେମାନେ ଆଉ ଆସି ନପାରନ୍ତି । ଜୁନରେ ଅଷ୍ଟ୍ରେଲିଆ ଟିମ୍ ଇଂଲଣ୍ଡରେ ପହଞ୍ଚିବ । ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଖେଳିବ । ଜୁନ ୧୧ରୁ ମ୍ୟାଚ ଆରମ୍ଭ ହେବ । ଯଦିଓ ଆହୁରି ଅନେକ ଦିନ ଅଛି ତଥାପି ଖେଳାଳିମାନେ ସ୍ବଦେଶ ଫେରିଥିବାରୁ ପୁଣିଥରେ ନଆସିପାରନ୍ତି ବୋଲି କୁହାଯାଉଛି । କାରଣ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ମେ’ ୨୫ ପର୍ଯ୍ୟନ୍ତ ଖେଳାଳିଙ୍କୁ NOC ମିଳିଛି । ମାତ୍ର ଆଇପିଏଲ ୨୦୨୫ର ଫାଇନାଲ ମେ ୩୦ ଖେଳିଯିବ ବୋଲି ଖବର ଆସୁଛି । ଏଣୁ ଅଷ୍ଟ୍ରେଲିୟ ଖେଳାଳି କେବେ ଆସିବେ କିମ୍ବା ଆସିବେନି କିଛି ସ୍ପଷ୍ଠ ହୋଇନାହିଁ ।