ଅସ୍ତ୍ର ବିରତି ଘୋଷଣାକୁ କାହିଁକି ମାନୁନି ପାକିସ୍ତାନ ସେନା?

ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନ ତାର ପ୍ରକୃତ ରଙ୍ଗ ଦେଖେଇଛି । ଅସ୍ତ୍ର ବିରତି ଘୋଷଣା ହେବାର ମାତ୍ର ୩ ଘଣ୍ଟା ପରେ ପାକିସ୍ତାନ ସେନା ଜାମ୍ମୁ କାଶ୍ମୀର, ରାଜସ୍ଥାନ ଏବଂ ଗୁଜୁରାଟର ସୀମାବର୍ତ୍ତି ଅଞ୍ଚଳରେ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ଶ୍ରୀ ନଗର ସେନା ମୁଖ୍ୟାଳୟ ନିକଟରେ ଭାରତୀୟ ସୁରକ୍ଷା ବାହିନୀ ୪ଟି ଡ୍ରୋନକୁ ଗୁଳି କରି ଖସାଇ ଦେଇଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଅସ୍ତ୍ର ବିରତି ଘୋଷଣା ସତ୍ତ୍ବେ ପାକିସ୍ତାନ ସେନା କାହିଁକି କଥା ମାନୁନି । ପାକିସ୍ତାନୀ ସେନାର ମୌଳବାଦୀ ଗୋଷ୍ଠୀ ଏହାର ରାଜନୈତିକ ନେତୃତ୍ବ ବିରୁଦ୍ଧରେ ବିଦ୍ରୋହ କରିବାକୁ ଯାଉଥିବାର ସୂଚନା ମିଳିଛି । ପାକିସ୍ତାନର ସାମରିକ ନେତୃତ୍ବ ତାଙ୍କ ରାଜନୈତିକ ନେତୃତ୍ବ ଦ୍ବାରା ହୋଇଥିବା ଚୁକ୍ତିକୁ ଗ୍ରହଣ କରିବାକୁ ମନା କରୁଛି ।