ନ୍ୟୁଜିଲାଣ୍ଡର ବିଜୟ ସହ ଭାଙ୍ଗିଲା ଭାରତର ବିଜୟଧାରା

1 min read

ହାମିଲଟନ୍‌: ହାମିଲଟନ୍‌ରେ ଖେଳାଯାଇଥିବା ପ୍ରଥମ ଦିନିକଆରେ ନ୍ୟୁଜିଲାଣ୍ଡ ବିଜୟୀ । ଭାରତ ବିପକ୍ଷ ପ୍ରଥମ ଦିନିକୁଆକୁ ୪ ଓ୍ୱିକେଟରେ ଜିତିଛି ଘରୋଇ ଦଳ । ରସ୍ ଟେଲର୍‌ଙ୍କ ଜବରଦସ୍ତ ଶତକ ଫଳରେ ମ୍ୟାଚ୍‌ ଜିତିନେଇଛି ନ୍ୟୁଜିଲାଣ୍ଡ । ଟେଲରଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଫଳରେ ୩୪୮ ରନ୍‌ର ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିପାରିଛି କିଓ୍ୱି ଟିମ୍‌ । ୮୪ ବଲ୍‌ରେ ୧୦ଟି ଚୌକା ଏବଂ ୪ ଟି ଛକା ସହୟାତାରେ ୧୦୯ ରନ୍ କରି ନଟ୍‌ଆଉଟ୍ ରହିଥିଲେ । ପୂର୍ବରୁ ଟି-୨୦ ସିରିଜରେ ୨ଟି ସୁପରଓଭର ମ୍ୟାଚ୍‌ରେ ପରାଜୟ ହୋଇଥିବା କ୍ୱିବି ଟିମ୍ ୪୬ ଓଭରରେ ୨ଟି ଓ୍ୱିକେଟରେ ହରାଇବା ପରେ ସମାନ ଦିଗରେ ମ୍ୟାଚ୍‌ ଗଲା ଭଳି ମନେ ହେଉଥିଲା । କିନ୍ତୁ ଟେଲର ଏକାକୀ ନିଜ ଦମ୍‌ରେ ନ୍ୟୁଜିଲାଣ୍ଡକୁ ମ୍ୟାଚ୍‌ ବିଜୟୀ କରିଥିଲେ । ଭାରତୀୟ ବିଶୃଙ୍ଖଳିତ ବୋଲିଂ ନ୍ୟୁଜିଲାଣ୍ଡକୁ ଅଧିକ ସହାୟକ ହୋଇଥିଲା । ଭାରତୀୟ ବୋଲର ଅତିରିକ୍ତ ୨୯ ରନ୍‌ ଦେଇଥିଲେ । ଯେଉଁଥିରେ ୨୪ ଟି ଓ୍ୱାଇଡ୍‌ ବଲ୍‌ ରହିଛି । ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍‌ ନିର୍ଦ୍ଧାରିତ ଓଭରରେ ୪ ଓ୍ୱିକେଟ ହରାଇ ୩୪୭ ରନ୍‌ କରିଥିଲା । ଶ୍ରେୟାସ୍‌ ଆୟର୍‌ଙ୍କ ଶତକ, କୋହଲି ଓ କେ ଏଲ୍‌ ରାହୁଲ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ଏହି ବିଶାଳ ଲକ୍ଷ୍ୟ ରଖିଥିଲା ଟିମ୍‌ ଇଣ୍ଡିଆ ।

Leave a Reply