ଦୁଷ୍କର୍ମ ପରେ ଜଙ୍ଗଲରେ ପୋଡ଼ି ମାରିଦେଲେ !

କାଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା କିଡିଙ୍ଗ ଜଙ୍ଗଲରୁ ଗୋଟିଏ ଅର୍ଦ୍ଧଦଗ୍ଧ ଅପରିଚିତ ଶବ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମିଳିଥିବା ଶବ ଜଣେ ମହିଳାଙ୍କ ବୋଲି ସନ୍ଦେହ କରାଯାଉଥିବାରୁ ଏହି ଘଟଣାକୁ ଲୋକେ ହାଇଦ୍ରାବାଦରେ ଘଟିଥିବା ମହିଳା ପ୍ରାଣୀ ଚିକିତ୍ସକଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ବୋଲି ମନେ କରୁଛନ୍ତି ।

ସମ୍ଭବତଃ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କୁ ପୋଡ଼ିବା ଭଳି ଉଦ୍ୟମ କରାଯାଇଛି । ଅନ୍ୟ ଏକ ସୂତ୍ର ମୁତାବକ ସେହି ଅଞ୍ଚଳରୁ ଜଣେ ମହିଳା ନିଖୋଜ ଥିବାର ସୂଚନା ରହିଥିବାରୁ ଲୋକଙ୍କ ମନରେ ଅନେକ ଆଶଙ୍କା ସୃଷ୍ଟି ହୋଇଛି ।

ନର୍ଲା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଅର୍ଦ୍ଧଦଗ୍ଧ ଶବକୁ ପୋଷ୍ଟମର୍ଟମ ପାଇଁ ଭବାନୀପାଟଣା ଡାକ୍ତରଖାନାକୁ ପଠାଇଛି । ତେବେ ରିପୋଟ ନ ଆସିବା ପର୍ଯ୍ୟନ୍ତ କୈାଣସି ପ୍ରତିକ୍ରିୟା ଦେବାକୁ ପାଲିସ ମନା କରିଛି । ଅପରପକ୍ଷେ ଏହି ଘଟଣାରେ ତୁରନ୍ତ ଫରେନସିକ ଯାଞ୍ଚ ସହ ଡିଏନ୍‌ଏ ଟେଷ୍ଟ କରିବାକୁ ଲୋକେ ଦାବି କରିଛନ୍ତି ।

Leave a Reply