ହୋମିଓ କ୍ଲିନିକ୍‌ରୁ ଜବତ ହେଲା ବିପୁଳ ପରିମାଣର ବେଆଇନ୍‌ କଫ୍‌ ସିରପ୍‌

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହରରେ ଏକ କ୍ଲିନିକ୍‌ରୁ ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ । ସହରର ଲିଙ୍ଗରାଜ ନଗରରେ ଥିବା ଗଣନାଥ ହୋମିଓ କ୍ଲିନିକ୍‌ରେ ଚଢାଉ କରି କଫ୍‌ ସିରପ୍‌ ଜବତ କରାଯାଇଛି ।

ଘଟଣାରେ କ୍ଲିନିକ୍‌ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଜବତ କଫ ସିରପରେ ଆଲକହଲ ପରିମାଣ ଅଧିକ ଥିବା ପ୍ରାରମ୍ଭିକ ତଦନ୍ତରୁ ସୂଚନା ମିଳିଛି ।

ଡ୍ରଗ ଇନସ୍ପେକ୍ଟରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଚଢାଉରେ ସାମିଲ ହୋଇଥିଲେ । ବର୍ତ୍ତମାନ ଚଢାଉ ଜାରି ଥିବା ବେଳେ ଜବତ କଫ୍‌ ସିରପ୍‌ର ମୂଲ୍ୟ ଆକଳନ ହୋଇନି  ।

Leave a Reply