WhatsAppରେ ବଡ଼ ପରିବର୍ତ୍ତନ, ପ୍ରତିମାସରେ ୩୫ ବ୍ରଡକାଷ୍ଟ ମେସେଜ୍ ପଠାଇବେ ୟୁଜର୍ସ
1 min read
ନନ୍ଦିଘୋଷ ବ୍ୟୁରୋ : ହ୍ବାଟ୍ସଆପରେ ବଡ଼ ପରିବର୍ତ୍ତନ ହୋଇଛି । ମେଟା ହ୍ବାଟ୍ସଆପ ଉପରେ ଏକ ନୂଆ ନୀତି ଆରମ୍ଭ କରିଛି । ଯେଉଁଥିରେ ଉପଭୋକ୍ତାଙ୍କ ପାଇଁ ବ୍ରଡକାଷ୍ଟ ମେସେଜ ଉପରେ ଲିମିଟ ସେଟ ହୋଇଯାଇଛି । ଏହା ଫିଚର ମାଧ୍ୟମରେ ହ୍ବାଟ୍ସଆପରେ ସ୍ପାମ ମେସେଜ ହ୍ରାସ ହୋଇପାରିବ । ଏ ଫିଚର ଆଣ୍ଡ୍ରୋଏଡ୍ ବିଟା ବର୍ଜନ 2.25.14.15ରେ ଆରମ୍ଭ କରାଯାଇଛି । ଏହି ଅପଡେଟ୍ ସାଧାରଣ ହ୍ବାଟ୍ସଆପ ଆକାଉଣ୍ଟଗୁଡ଼ିକ ସହିତ ବ୍ୟବସାୟିକ ଆକାଉଣ୍ଟଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବ। ପୂର୍ବ ବିଟା ଅପଡେଟ କରିବା ପରେ କିଛି ଉପଭୋକ୍ତା ଏହି ସୁବିଧା ମଧ୍ୟ ପାଇପାରନ୍ତି । ଏହି ପରିବର୍ତ୍ତନ ଫଳରେ ଉପଭୋକ୍ତି କେବଳ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ବ୍ରଡକାଷ୍ଟ ମେସେଜ ପଠାଇପାରିବେ । ଯାହା ଅନାବଶ୍ୟକ ମେସେଜ ପ୍ରସାରଣକୁ ବନ୍ଦ କରିବ ।
ବ୍ରଡକାଷ୍ଟ ମେସେଜ ହେଉଛି ଏହି ମେସେଜ ଯେଉଁଥିରେ ଆପଣ ଏକା ସାଙ୍ଗରେ ଗୁଡିଏ କଣ୍ଟେଟ୍ସ ପଠାଇପାରିବେ । କିନ୍ତୁ ଏହି ମେସେଜ ବ୍ୟକ୍ତିଗତ ଚାର୍ଟରେ ଆସନ୍ତି । ରିସିଭରଙ୍କୁ ଲାଗିବ ଗୋଟିଏ ପରେ ଗୋଟିଏ ମେସେଜ ପଠାଯାଇଛି । ଏହି ମେସେଜ ଆଉ କିଏ ପାଇଛି ତାହା ରିସିଭର ଜାଣିପାରିବ ନାହିଁ । ମେଟା ଅନୁଯାୟୀ, ଜଣେ ଉପଭୋକ୍ତାଙ୍କ ପାଇଁ ବ୍ରଡକାଷ୍ଟ ମେସେଜ ଉପରେ ଏକ ମାସିକ ସୀମା ଲାଗୁ କରାଯିବ। ପରୀକ୍ଷଣ ପର୍ଯ୍ୟାୟରେ, ଉପଭୋକ୍ତାମାନଙ୍କୁ ପ୍ରତି ମାସରେ କେବଳ ୩୦ଟି ବ୍ରଡକାଷ୍ଟ ମେସେଜ ପଠାଇବାକୁ ଅନୁମତି ଦିଆଯାଇପାରେ। ଯଦି ଜଣେ ଉପଭୋକ୍ତାଙ୍କୁ ଅଧିକ ମେସେଜ୍ ପଠାଇବାକୁ ପଡ଼େ, ତେବେ ତାଙ୍କୁ ହ୍ୱାଟ୍ସଆପ୍ ଷ୍ଟାଟସ୍ କିମ୍ବା ଚ୍ୟାନେଲ୍ ଭଳି ବିକଳ୍ପ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ, ହ୍ୱାଟସଆପ ଏହି ଫିଚର ବିଷୟରେ ଆନୁଷ୍ଠାନିକ ଭାବରେ କିଛି ସେୟାର କରିନାହିଁ। କିନ୍ତୁ WABetaInfo ଅନୁଯାୟୀ, ଏହି ଫିଚର୍ ଅପଡେଟର ପରୀକ୍ଷଣ ଆରମ୍ଭ ହୋଇଯାଇଛି।
ବିଜନେସ୍ ପ୍ରୋଫାଇଲ୍ ପାଇଁ ମଧ୍ୟ କିଛି ପରିବର୍ତ୍ତନ ହେବ। ଏପର୍ଯ୍ୟନ୍ତ, ବିଜନେସ ଆକାଉଣ୍ଟଗୁଡ଼ିକରେ ପ୍ରସାରଣ ବାର୍ତ୍ତା ପଠାଇବା ପାଇଁ କୌଣସି ସୀମା ନଥିଲା, କିନ୍ତୁ ବର୍ତ୍ତମାନ ମେଟା ବ୍ୟବସାୟ ପାଇଁ ଏକ ଦେୟଯୁକ୍ତ ସଂସ୍କରଣ ପ୍ରଚଳନ କରାଯାଉଛି। ଏଥିରେ ମେସେଜ୍ ସିଡ୍ୟୁଲିଂ ଏବଂ କଷ୍ଟମାଇଜ୍ଡ୍ ବ୍ରଡକାଷ୍ଟ ମେସେଜ୍ ଭଳି ଅଧିକ ଫିଚର ରହିବ। ପ୍ରାରମ୍ଭିକ ପରୀକ୍ଷଣ ପର୍ଯ୍ୟାୟରେ, ୨୫୦ଟି କଷ୍ଟମାଇଜଡ୍ ମେସେଜ୍ ମାଗଣାରେ ଦିଆଯିବ। ଏହା ପରେ, ଅଧିକ ମେସେଜ୍ ପଠାଇବା ପାଇଁ ଏକ ଚାର୍ଜ ନିଆଯିବ।