spot_img

Latest Posts

ପରମାଣୁ ଅସ୍ତ୍ରରେ ଜବାବ ଦେବାକୁ ପାକିସ୍ତାନର ଚେତାବନୀ

ନନ୍ଦିଘୋଷ ବ୍ୟୁରୋ ; ଭାରତକୁ ପୁଣି ପାକିସ୍ତାନର ନାଲିଆଖି। ସିନ୍ଧୁ ନଦୀ ଜଳ ବନ୍ଦ କଲେ ସ୍ଥିତି ହେବ ଭୟାନକ। ପରମାଣୁ ଅସ୍ତ୍ରରେ ଜବାବ ଦେବାକୁ ଚେତାବନୀ ଦେଇଛି ପାକିସ୍ତାନ। ଋଷରେ ପାକିସ୍ତାନ ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ ଜମାଲି ଭାରତକୁ ଏଭଳି ଧମକ ଦେଇଛନ୍ତି। ଏକ ସାକ୍ଷାତକାରରେ ଜମାଲି କହିଛନ୍ତି ଯେ,  ଭାରତୀୟ ସେନା ଆକ୍ରମଣ କଲେ ଭୋଗିବାକୁ ପଡ଼ିବ ପରିଣାମ। ପାକିସ୍ତାନର କିଛି ଅଞ୍ଚଳରେ ଆକ୍ରମଣ କରିବାକୁ ଯୋଜନା କରୁଛି ଭାରତ। ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ, ତେବେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ଚେତାବନୀ ଦେଇ କହିଛନ୍ତି ଜମାଲି। ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ସେହିପରି ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ କିମ୍ବା ସିନ୍ଧୁ ନଦୀର ଜଳ ଯୋଗାଣ ବନ୍ଦ କରେ, ତେବେ ପାକିସ୍ତାନ କେବଳ ପାରମ୍ପରିକ ନୁହେଁ ବରଂ ପରମାଣୁ ଅସ୍ତ୍ର ସହିତ ମଧ୍ୟ ଜବାବ ଦେବ। ଜମାଲ କହିଛନ୍ତି ଯେ, ପାକିସ୍ତାନ ପାରମ୍ପରିକ ଏବଂ ପରମାଣୁ ଅସ୍ତ୍ର ସମେତ ଯେକୌଣସି ଆକ୍ରମଣର ପୂର୍ଣ୍ଣ ବଳରେ ଜବାବ ଦେବ। ଭାରତ ସିନ୍ଧୁ ନଦୀର ନିମ୍ନଗାମୀ ଜଳକୁ ଯଦି ବନ୍ଦ କରେ କିମ୍ବା ଅନ୍ୟତ୍ର ଗତି କରାଏ, ତେବେ ଏହାକୁ ପାକିସ୍ତାନ ବିରୋଧରେ ଯୁଦ୍ଧ ବୋଲି ବିବେଚନା କରାଯିବ।

Latest Posts

Don't Miss