ଅକ୍ଷୟ ତୃତୀୟାରେ ଖସିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ଅଛି ଦର

ନନ୍ଦିଘୋଷ ବ୍ୟୁରୋ: ଅକ୍ଷୟ ତୃତୀୟାରେ ଶସ୍ତା ହେଲା ସୁନା ଦର । ଦର ବଢ଼ି ବଢ଼ି ଚାଲିବା ପରେ ଆଜି ହଠାତ କମିଛି । ଅକ୍ଷୟ ତୃତୀୟାରେ ସୁନା କିଣିବା ଶୁଭ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି । ତେବେ ଆଜିର ଦିନରେ ସୁନା ଦୋକାନରେ ପ୍ରବଳ ଭିଡ଼ ମଧ୍ୟ ପରିଲକ୍ଷିତ ହୁଏ । ସୁନା ଦର କମିବା ଏବେ ଗ୍ରାହକଙ୍କୁ ସୁହାଇବ ।
ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ରହିଛି ୯୭.୯୧୦ ଟଙ୍କା । ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୮୯, ୭୫୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୭୩, ୪୪୦ ଟଙ୍କା ।
ସୁନାର ଉତ୍ପାଦ ଶୁଳ୍କ, ରାଜ୍ୟ ଟିକସ ଏବଂ ମେକିଂ ଚାର୍ଜ ଯୋଗୁ ସୁନା ଅଳଙ୍କାରର ମୂଲ୍ୟ ସାରା ଦେଶରେ ଭିନ୍ନ ହୋଇଥାଏ। କ୍ୟାରଟ ଅନୁସାରେ ସୁନା ଅଳଙ୍କାରରେ ହଲ ମାର୍କ ଚିହ୍ନିତ ହୋଇଥାଏ । ୨୪ କ୍ୟାରେଟରେ ୯୯୯ ଲେଖାଯାଇଥାଏ, ୨୩ କ୍ୟାରେଟରେ ୯୫୮ ଏବଂ ୨୨ କ୍ୟାରେଟରେ ୯୧୬, ୨୧ କ୍ୟାରେଟରେ ୮୭୫ ଏବଂ ୧୮ କ୍ୟାରେଟରେ ୭୫୦ ଲେଖା ଯାଇଥାଏ ।