ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷାରେ ଭିଜିବ ଓଡ଼ିଶା

1 min read

ଭୁବନେଶ୍ବର: ସକାଳେ ଖରା, ସଂଧ୍ୟାରେ ବର୍ଷା ।  ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷାରେ ଭିଜିବ ଓଡ଼ିଶା l ଖରା ଗରମରୁ ଆଂଶିକ ମିଳିବ ମୁକ୍ତି l ପଶ୍ଚିମା ପବନ ସହିତ ବଙ୍ଗୋପସାଗରରୁ ବହୁଥିବା ଆଦ୍ର ଯୁକ୍ତ ପବନ ଯୋଗୁ ବାୟୁମଣ୍ଡଳରେ ଦେଖା ଦେଇଛି ଅସ୍ଥିରତା l ଯାହା ଫଳରେ ରାଜ୍ୟରେ କିଛି ଦିନ କାଳ ବୈଶାଖୀର ପ୍ରଭାବ ରହିବ l ବିଜୁଳି, ଘଡ଼ଘଡ଼ି ବର୍ଷା ସାଙ୍ଗକୁ ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ l ଉପକୂଳବର୍ତ୍ତୀ ଅଞ୍ଚଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ l ମେ ମାସରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରୁହେ । ହେଲେ କାଳବୈଶାଖୀ ଫଳରେ ପାଗରେ ପରିବର୍ତ୍ତନ ହୋଇ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ପୁଣି ୫ ତାରିଖ ପରେ ବଢ଼ିପାରେ ତାତି  l  ୨ ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇପାରେ l  ସେହିପରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେଓଗଡ, କନ୍ଧମାଳ, କୋରାପୁଟ, ରାୟଗଡା, ମାଲକାନଗିରି, ପୁରୀ, ଖୋର୍ଦ୍ଧା ,କେନ୍ଦ୍ରପଡା, ନୟାଗଡ, ଗଂଜାମ ଓ ଗଜପତି ଜିଲା ର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି