ନାହିଁ ନାହିଁରେ ଚାଲିଛି ବରଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ
1 min read
ନନ୍ଦିଘୋଷ ବ୍ୟୁରୋ: ବାହାର ଚକାଚକ ଭିତର ଫମ୍ପା । ନାହିଁ ନାହିଁରେ ଚାଲିଛି ବରଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ । ମେଡିକାଲରେ ନା ଅଛନ୍ତି ଆବଶ୍ଯକୀୟ ଡାକ୍ତର ନା କର୍ମଚାରୀ । ଅନ୍ଯାନ୍ଯ ବ୍ଯବସ୍ଥା କଥା ତ ନ କହିଲେ ଚଳେ । ଅନେକ ସମୟରେ ଗୁରୁତର ରୋଗୀଙ୍କୁ ଖେଦାପାଲିକୁ ରେଫର କରିଦିଆଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ନାହିଁ ନାହିଁରେ ଚାଲିଛି ମେଡିକାଲ । ନିର୍ମାଣ ହୋଇଛି ୭ ମହଲା ବିଶିଷ୍ଟ ବିରାଟକାୟ କୋଠା । ବାହାର ଚକାଚକ । ହେଲେ ନା ମେଡିକାଲରେ ଅଛନ୍ତି ଆବଶ୍ଯକୀୟ ଡାକ୍ତର ନା କର୍ମଚାରୀ । ଏ ହେଉଛି ବରଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ । ମେଡିକାଲରେ ଆବଶ୍ଯକୀୟ ଡାକ୍ତର ନଥିବା ବେଳେ ରୋଗୀଙ୍କ ପାଇଁ ବେଡ ମଧ୍ଯ ନାହିଁ । ବେଡ ଅଭାବରୁ ରୋଗୀ ତଳେ ଗଡୁଛନ୍ତି । ସେହିପରି ସରକାରୀ ଔଷଧ ମଧ୍ଯ ମିଳୁନି । ସାଲାଇନ ଲଗାଇବାକୁ ଷ୍ଟାଣ୍ଡ ପାଇଁ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡୁଛି । ଅନେକ ସମୟରେ ଗୁରୁତର ରୋଗୀଙ୍କୁ ଖେଦାପାଲିକୁ ରେଫର କରିଦିଆଯାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଲାଣି ।
୧୯ ଗୋଟି ୱାର୍ଡ଼ ବିଶିଷ୍ଟ ବରଗଡ଼ ସହରରେ ୧ ଲକ୍ଷ ୧୬ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ହେଲେ ଜିଲ୍ଲା ଚିକିତ୍ସାଳୟରେ ଏଭଳି ଅବସ୍ଥା କାରଣରୁ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଧ୍ୟ ହୋଇ ଉନ୍ନତ ଚିକିତ୍ସା ପାଇଁ ଲୋକମାନେ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି । ଯଦି ବରଗଡ଼ ଜିଲ୍ଲା ମୁଖ୍ୟାଳୟ ଠାରେ ସ୍ୱାସ୍ଥ୍ୟ ସେବାର ଏପରି ନଗ୍ନ ନମୁନା ଦେଖିବାକୁ ମିଳୁଛି ତେବେ ଗ୍ରାମାଞ୍ଚଳରେ କିପରି ରହିଥିବ ସ୍ୱାସ୍ଥ୍ୟ ସେବା ତାହା ସହଜରେ ଅନୁମାନ କରାଯାଇପାରେ l ଏପଟେ ସ୍ଥାନୀୟ ବିଧାୟକ କହିଛନ୍ତି, ଆଗାମୀ ୬ ମାସ ମଧ୍ୟରେ ସ୍ବାସ୍ଥ୍ୟ ସେବାରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଅଣାଯିବ । ଅବହେଳିତ ସ୍ୱାସ୍ଥ୍ୟ ସେବାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଆନ୍ଦୋଳନ ମୁହାଁ ହେଲେଣି ଲୋକେ l