ଅଟୋରେ ଖସି ପଡିଥିଲା : ଆଜି ମିଳିଲା ଚୋରି ସୁନା

ନନ୍ଦିଘୋଷ ବ୍ୟୁରୋ: କାଲି ବ୍ରତଘର, ଆଜି ମଙ୍ଗଳକୃତ୍ୟ । ଅଟୋରେ ଗଳି ପଡ଼ିଲା ସୁନା, କିନ୍ତୁ ୨୪ ଘଣ୍ଟାରେ ମିଳିଲା ମିଳିଲା । ସୌଭାଗ୍ୟ ନଗରରୁ ଚୋରି ହୋଇଥିବା ସୁନାକୁ ଉଦ୍ଧାର କରିବା ସହ ଚୋର କୁ ଧରିଛି ଖଣ୍ଡଗିରି ଥାନା ପୋଲିସ। ସିସିଟିଭି ଆଧାରରେ ଚୋର କୁ ଧରିଛି କମିଶନରେଟ ପୋଲିସ । ସୂଚନା ମୁତାବକ ଝିଲି ଦାସ ନାମ୍ନୀ ଜଣେ ମହିଳା ସିଆର୍ପି ଛକରୁ ପୁଅ ବ୍ରତଘର ପାଇଁ ସୁନା ଅଳଙ୍କାର, ଡ୍ରେସ ଅନ୍ୟ ଦାମୀ ସାମଗ୍ରୀ ଧରି ଅଟୋରେ ଆସୁଥିଲେ । ପାଖରେ ଥିଲା ୨ ଶହ ଗ୍ରାମ ସୁନା ଅଳଙ୍କାର । ଫାୟାର ଷ୍ଟେସନରୁ ସୌଭାଗ୍ୟ ନଗର ଆସିବା ବାଟରେ ସୁନା ଥିବା ବ୍ୟାଗ ଟି ଖସିପଡିଥିଲା। ଏ ନେଇ ଜାଣିପାରିବା ପରେ ସଂପୃକ୍ତ ଅଟୋ ଡ୍ରାଇଭର ଙ୍କୁ ଯୋଗାଯୋଗ କରିଥିଲେ ମହିଳା ଜଣଙ୍କ । କିନ୍ତୁ ସେ ମାନିନଥିଲେ । ସାଙ୍ଗରେ ଥିବା ୪୪ ହଜାର ନଗଦ ଟଙ୍କା ମଧ୍ୟ ଖସିପଡିଥିଲା । ଯାହାକୁ ନେଇ ଥାନାରେ ଏତଲା ଦେଇଥିଲେ ମହିଳା ଜଣଙ୍କ । ଥାନାଧିକାରୀ ଅଭିମନ୍ୟୁ ଦାସଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ଏକ ଟିମ ସିସିଟିଭି ଯାଞ୍ଚ କରିଥିଲା । ଓ ପରେ ଜାଣିଥିଲା ଯେ ସେହି ଅଟୋ ନୁହେଁ, ବରଂ ବ୍ୟାଗ ଖସିପଡିବା ପରେ ଆଉ ଏକ ଅଟୋ ଡ୍ରାଇଭର ସେହି ବ୍ୟାଗ ନେଇଯାଇଥିଲା । ଅଧିକ ତଦନ୍ତ ପରେ ଅଟୋ ଡ୍ରାଇଭର ପ୍ରକାଶ କୁମାର ସାହୁଙ୍କୁ ଗିରଫ କରାଯାଇଛି । ଥାନାଧିକାରୀଙ୍କ ସହ ତଦନ୍ତ ପ୍ରକ୍ରିୟା ରେ ସାମିଲ ଥିବା ପୁରା ଟିମକୁ ଧନ୍ୟବାଦ ଜଣାଇଛନ୍ତି ଡିସିପି ।