ଭାରତ ଆକ୍ରମଣର ପାଲଟା ଜବାବ ଦେଇପାରିବ କି ପାକିସ୍ତାନ , ଜାଣନ୍ତୁ …
1 min read
ନନ୍ଦିଘୋଷ ବ୍ୟୁରୋ: ପହଲଗାମ ଆକ୍ରମଣ ପରଠାରୁ ଭାରତ-ପାକିସ୍ତାନ ସମ୍ପର୍କରେ ଉତ୍ତେଜନା ଜାରି ରହିଛି। କେବଳ ଏତିକି ନୁହେଁ, ବିଶ୍ୱର ପ୍ରତ୍ୟେକ କୋଣରୁ ପ୍ରତ୍ୟେକ ଭାରତୀୟ ପ୍ରତିଶୋଧ ନେବାକୁ ଚାହିଁ ବସିଛନ୍ତି । ଫିଲ୍ମ ରିଲିଜ ପୂର୍ବରୁ ଭାରତ ପାକିସ୍ତାନକୁ ଏକ ଧମାକାଦାର ଟ୍ରେଲର ଦେଖେଇସାରିଛି । ଯୁଦ୍ଧ ପୂର୍ବରୁ କୂଟନୈତିକ ଖେଳ ଖେଳିସାରିଛି । ହାତରେ ନମାରି ଭାତରେ ପାକିସ୍ତାନକୁ ମାରିଛି । ଭାରତ କଠୋର ପଦକ୍ଷେପ ସୂରୁପ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି । ସେହିପରି ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଭୟଭୀତ ହୋଇଯାଇଛି । ପାକିସ୍ତାନ ଭାରତୀୟ ବିମାନ ପାଇଁ ତାର ଆକାଶ ସୀମା ବନ୍ଦ କରିବା ସହ ଏବଂ ୱାଘା ସୀମା ମଧ୍ୟ ବନ୍ଦ କରିଦେଇଛି। ଏହା ବ୍ୟତୀତ, ପାକିସ୍ତାନ ସିମଲା ଚୁକ୍ତି ସମେତ ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହାପରେ ପାକିସ୍ତାନର ଅନେକ ନେତା ପ୍ରତିଦିନ ଯୁଦ୍ଧର ଧମକ ଦେଉଛନ୍ତି । ନିକଟରେ, ବିଲାୱଲ ଭୁଟ୍ଟୋ ରକ୍ତପାତ ହେବ ବୋଲି ଧମକ ଦେଇଛନ୍ତି । ତେବେଏପରି ପରିସ୍ଥିତିରେ ଏକ ପ୍ରଶ୍ନ ଉଠୁଛି ଯେ ଯଦି ଭାରତ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ କରେ, ତେବେ ପାକିସ୍ତାନ କ’ଣ ପ୍ରତିଶୋଧ ନେଇପାରିବ ନା ନାହିଁ ? କିଏ ତାକୁ ଯୁଦ୍ଧରେ ସାହାଯ୍ୟ କରିବ ଜାଣନ୍ତୁ ..
ପାକିସ୍ତାନକୁ କିଏ କରିବ ସମର୍ଥନ ?
ଯଦି ପାକିସ୍ତାନରୁ କୌଣସି ଶକ୍ତିଶାଳୀ ଦେଶ ସମର୍ଥନ କରିବ ତେବେ ପାକିସ୍ତାନ ପ୍ରତିଶୋଧ ନେବ। କିନ୍ତୁ ବର୍ତ୍ତମାନ ପ୍ରାୟ ସମସ୍ତ ଦେଶର ମତ ସ୍ପଷ୍ଟ। ଯାହା କୋଳରେ ରହି ପାକିସ୍ତାନ ଭାରତକୁ ଚ୍ୟାଲେଞ୍ଜ କରୁଥିଲ ଏବେ ସେଠାରୁ ମଧ୍ୟ ଏକ ବଡ଼ ବାର୍ତ୍ତା ଆସିଛି । ନିକଟରେ ଚୀନ୍ ସ୍ପଷ୍ଟ କରିଛି ଯେ ସେ ଯୁଦ୍ଧ ସପକ୍ଷରେ ନୁହେଁ। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଏହି ଯୁଦ୍ଧରେ ତାଙ୍କୁ ଚୀନ୍ ଠାରୁ କୌଣସି ସମର୍ଥନ ମିଳିବ ନାହିଁ। ଅନ୍ୟପକ୍ଷରେ, ଶାହବାଜଙ୍କ ବସ୍, ଜିନପିଙ୍ଗ ନିଜେ ଚାହାଁନ୍ତି ଯେ ଭାରତ ସହିତ ତାଙ୍କର ସମ୍ପର୍କ ଦୃଢ଼ ରହୁ। କିଛି ଦିନ ପୂର୍ବରୁ ଚୀନ୍ ଭାରତର ରାଷ୍ଟ୍ରପତିଙ୍କୁ ଏକ ଚିଠି ମଧ୍ୟ ପଠାଇଥିଲା, ଯେଉଁଥିରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା ଯେ ଚୀନ୍ ଭାରତ ସହିତ ହାତ ମିଳାଇ ଚାଲିବାକୁ ଚାହୁଁଛି। ସେଥିପାଇଁ ଏହି ପରିସ୍ଥିତିରେ ଡ୍ରାଗନ୍ ପାକିସ୍ତାନର ଶିବିରକୁ ଯିବା ପୂର୍ବରୁ ବାରମ୍ବାର ଚିନ୍ତା କରିବ।
ଅନ୍ୟପକ୍ଷରେ, ଯଦି ଆମେ ସେମାନଙ୍କ ମାଲିକମାନଙ୍କୁ ବାଦ୍ ଦେବା, ତେବେ ତୁର୍କୀ ହେଉଛି ଏକମାତ୍ର ଦେଶ ଯିଏ ପାକିସ୍ତାନକୁ ଯୁଦ୍ଧାସ୍ତ୍ର ପଠାଇଛି। କିନ୍ତୁ ତୁର୍କୀ ଏତେ ବଡ଼ ଦେଶ କିମ୍ବା ସୁପରପାୱାର ନୁହେଁ। ଯାହାର ସମର୍ଥନରେ ଆସି ପାକିସ୍ତାନଭାରତକୁ ଚ୍ୟାଲେଞ୍ଜ କରିପାରିବ । ଯଦି ଆମେ ସୁପରପାୱାର ଦେଶ ଗୁଡ଼ିକୁ ଦେଖିବା, ତେବେ ରୁଷ ଖୋଲାଖୋଲି ଭାବରେ ଭାରତକୁ ସମର୍ଥନ କରିବ। ଆମେରିକା ମଧ୍ୟ ଭାରତ ବିରୁଦ୍ଧରେ ଯିବାକୁ ସାହସ କରିବ ନାହିଁ। ସେହି ସମୟରେ, ବ୍ରିଟେନ ମଧ୍ୟ ପାକିସ୍ତାନ ସହିତ ଯିବ ନାହିଁ। ଏପରି ପରିସ୍ଥିତିରେ, ଯଦି ଭାରତୀୟ ସୈନିକମାନେ ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀମାନଙ୍କୁ ମାରିଦିଅନ୍ତି ଦିଅନ୍ତ ତେବେ କୌଣସି ଦେଶ ଭାରତ ବିରୁଦ୍ଧରେ ଯିବେ ନାହିଁ ।
ପାକ୍ ସେନା ଯୁଦ୍ଧ ସ୍ଥିତିରେ ନାହିଁ
ଯୁଦ୍ଧ କରିବା ପୂର୍ବରୁ ପାକିସ୍ତାନକୁ ତାର ଅର୍ଥନୀତି ଏବଂ ମୁଦ୍ରାସ୍ଫୀତି ଉପରେ ନଜର ପକାଇବା ଉଚିତ। ତାଙ୍କ ଦେଶର ପରିସ୍ଥିତି ପ୍ରକୃତରେ ଭାରତ ଭଳି ଦେଶ ସହିତ ଯୁଦ୍ଧ କରିପାରିବ କି ? କାରଣ ଯେତେବେଳେ ଯୁଦ୍ଧ ହୋଇନଥିଲା, ସେତେବେଳେ ମୁଦ୍ରାସ୍ଫୀତି ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଏହି ପରିସ୍ଥିତିରେ, ସେହି ଦେଶ ଯୁଦ୍ଧ ବିଷୟରେ କିପରି ଚିନ୍ତା କରିପାରିବ? ନିକଟରେ ସଂସଦରେ ଜଣେ ସାଂସଦ କହିଥିଲେ ଯେ ଭାରତ ସହିତ ଯୁଦ୍ଧ କଲେ ସେମାନଙ୍କର ପରାଜୟ ହେବ ଏବଂ ଏହି ଯୁଦ୍ଧ ଯୋଗୁଁ ପାକିସ୍ତାନର ଅର୍ଥନୀତି ମଧ୍ୟ ବହୁତ ପଛକୁ ଠେଲି ହୋଇଯିବ।
ଏବେ ଦ୍ୱିତୀୟ କଥା ହେଉଛି ସେନା…
ଏହା ମଧ୍ୟ ନିରାଟ ସତ୍ୟ ଯେ, ଭାରତ ଆକ୍ରମଣ କଥା ଶୁଣି ପାକ ସେନର ଇସ୍ତଫା ଦେଉଛନ୍ତି । ବେଲୁଚିସ୍ତାନ ଏବଂ ଖାଇବର-ପଖତୁନଖ୍ୱାର ଲୋକମାନେ ସେନା ପ୍ରତି ବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ, ସେନାର ଶକ୍ତି ଅର୍ଥାତ୍ ଏହାର ଅସ୍ତ୍ରଶସ୍ତ୍ର ମଧ୍ୟ ପାକିସ୍ତାନ ସେନାକୁ ବଞ୍ଚାଇପାରିବନି । କିଛି ଦିନ ପୂର୍ବରୁ, ପାକିସ୍ତାନ ଯୁଦ୍ଧ ଅଭ୍ୟାସ ପାଇଁ ମିଆଁମାରକୁ ତାର ଲଢ଼ୁଆ ବିମାନ ପଠାଇଥିଲା କିନ୍ତୁ ସେହି ଦେଶ JF16 କୁ ଜଙ୍କ କହି ଫେରାଇ ଦେଇଥିଲା। ଏହା ବ୍ୟତୀତ, ଚୀନ୍ରୁ କିଣାଯାଇଥିବା ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ଅଯୋଗ୍ୟ ବୋଲି ଜଣାପଡ଼ିଲା। ଏପରି ପରିସ୍ଥିତିରେ, ଶାହବାଜଙ୍କ ସେନାର କୌଣସି ନୈତିକ ସମର୍ଥନ ନାହିଁ। ତାଙ୍କ ସେନା ପୂର୍ବରୁ ସଙ୍କଟଗ୍ରସ୍ତ।
ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପରାମର୍ଶ
ରବିବାର ରାତିରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କ ବଡ଼ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଉମରା ବାସଭବନରେ ଭେଟିଥିଲେ। ଏହି ବୈଠକରେ ଶାହବାଜ ସରିଫ ଭାରତ ବିରୋଧରେ ସାମ୍ପ୍ରତିକ ପରିସ୍ଥିତିର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ନୱାଜଙ୍କୁ ପ୍ରଦାନ କରିଥିଲେ ଏବଂ ଭାରତ କିପରି ପାକିସ୍ତାନ ଉପରେ ଚାପ ସୃଷ୍ଟି କରୁଛି ଏବଂ କାର୍ଯ୍ୟାନୁଷ୍ଠାନ ନେଉଛି ତାହା କହିଥିଲେ। ବୈଠକରେ ଶାହବାଜଙ୍କ କଥା ଶୁଣିବା ପରେ ନୱାଜ ସରିଫ ସଂଯମ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ନୱାଜ କହିଛନ୍ତି ଯେ ଶାନ୍ତ ରହିବା ପାକିସ୍ତାନର ସ୍ୱାର୍ଥରେ ଅଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଚେତାବନୀ
ନୱାଜ କେବଳ ଏହା କହି ନଥିଲେ ବରଂ ପରିସ୍ଥିତି ଆହୁରି ଖରାପ ନହେବା ପାଇଁ ମନ୍ତ୍ରୀ ଏବଂ ନେତାମାନଙ୍କୁ ବୟାନ ଦେବାରୁ ବନ୍ଦ କରିବାକୁ ଶାହବାଜଙ୍କୁ କହିଥିଲେ। କାରଣ ଯୁଦ୍ଧ ପାକିସ୍ତାନର ବହୁତ କ୍ଷତି କରିବ। ପ୍ରକୃତରେ, ନୱାଜ କୂଟନୀତି ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି। ନୱାଜ ଆହୁରି କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ଉଭୟ ପରମାଣୁ ସମ୍ପଦଯୁକ୍ତ ଦେଶ ଏବଂ ତେଣୁ ସଂଘର୍ଷ ପରିବର୍ତ୍ତେ ଶାନ୍ତିର ପଥ ଗ୍ରହଣ କରିବା ଭଲ। ମୁଁ ଆପଣଙ୍କୁ କହିରଖୁଛି, ଆଜିକାଲି ନୱାଜ ସରିଫ ପଛରେ ରହି ପାକିସ୍ତାନ ସରକାରଙ୍କ ପାଇଁ ନିଷ୍ପତ୍ତି ନେଉଛନ୍ତି। ତେଣୁ ଏହି ପରିସ୍ଥିତିରେ ଏହା ସ୍ପଷ୍ଟ ଯେ ପାକିସ୍ତାନ ସରକାର ଦୁର୍ବଳ ଏବଂ ଏହା ଭାରତ ଉପରେ ଆକ୍ରମଣ କରିବାକୁ ସାହାସ କରିବ ନାହିଁ ।
ଆତଙ୍କବାଦୀଙ୍କୁ କରୁଛନ୍ତି ସାହାଯ୍ୟ
ଏକ ବ୍ରିଟିଶ ନ୍ୟୁଜ୍ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଆତଙ୍କବାଦ ବିଷୟରେ ଏକ ବଡ ଖୁଲାସା କରିଛନ୍ତି । ଏହି ସାକ୍ଷାତକାରରେ, ଖୱାଜା ପାକିସ୍ତାନର ପ୍ରକୃତ ଚେହେରା ବିଶ୍ୱ ସମ୍ମୁଖରେ ପ୍ରକାଶ କରିଥିଲେ। ଆସିଫ୍ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଦଶନ୍ଧି ଧରି ଆତଙ୍କବାଦକୁ ସମର୍ଥନ, ତାଲିମ ଏବଂ ପାଣ୍ଠି ଯୋଗାଇ ଆସିଛି। ଆସିଫ୍ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ଭାରତ ଦ୍ୱାରା ସମ୍ଭାବ୍ୟ ପ୍ରତିଶୋଧମୂଳକ ଆକ୍ରମଣକୁ ଭୟ କରୁଛି । ଆସିଫ୍ କହିଛନ୍ତି ଯେ 1980 ଦଶକରେ ଆଫଗାନିସ୍ତାନରେ ସୋଭିଏତ୍ ୟୁନିଅନ୍ ବିରୁଦ୍ଧରେ ଯୁଦ୍ଧ ସମୟରେ, ପାକିସ୍ତାନ ପାଶ୍ଚାତ୍ୟ ଶକ୍ତିର ନିର୍ଦ୍ଦେଶରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପୋଷଣ କରିଥିଲା। ୯/୧୧ ପରେ ମଧ୍ୟ ପାକିସ୍ତାନକୁ ଏକ ବନ୍ଦୀ ଭାବରେ ବ୍ୟବହାର କରାଯାଇଥିଲା। ଲସ୍କର-ଏ-ତୈବା ବିଷୟରେ ପଚରାଯାଇଥିବା ପ୍ରଶ୍ନରେ ଆସିଫ ସ୍ପଷ୍ଟ କରିଥିଲେ ଯେ ଏହି ସଂଗଠନ ଆଉ ପାକିସ୍ତାନରେ ସକ୍ରିୟ ନାହିଁ। ତଥାପି, ଲସ୍କର-ସମର୍ଥିତ ସଂଗଠନ TRF ସମ୍ପ୍ରତି ପହଲଗାମ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି । ପାକିସ୍ତାନର ଏହି ଘୃଣ୍ୟ କାର୍ଯ୍ୟକଳାପ ଯୋଗୁଁ ବିଶ୍ୱରେ କୌଣସି ଦେଶ ତାଙ୍କୁ ସମର୍ଥନ କରୁନାହାଁନ୍ତି।