ନିଶାଶକ୍ତ ଯୁବକଙ୍କ ଉନ୍ମକ୍ତ କାଣ୍ଡ, ଚିକେନ ନ ଖାଇବାରୁ ସମ୍ପର୍କୀୟ ଭଉଣୀକୁ ନିସ୍ତୁକ ମାଡ

ପାରାଦୀପ : ନିଶାଶକ୍ତ ଯୁବକଙ୍କ ଉନ୍ମକ୍ତ କାଣ୍ଡ। ଚିକେନ ଖାଇବାକୁ ମନାକରିବାରୁ ସମ୍ପର୍କୀୟ ନାବାଳିକା ଭଉଣୀକୁ ନିସ୍ତୁକ ମାଡ। ଘଟଣାଟି ପାରାଦୀପ ଗଡ ଅଞ୍ଚଳର। ସୂଚନା ଅନୁଯାୟୀ ପାରାଦ୍ଵୀପ ଗଡ଼ ଅଞ୍ଚଳର ଜଣେ ଯୁବକ ଗତକାଲି ରାତିରେ ନିଜର ସମ୍ପର୍କୀୟ ମାଉସୀଙ୍କ ନାବାଳିକା ଭଉଣୀଙ୍କ ପାଇଁ ଚିକେନ ଖାଇବାକୁ ଆଣିଥିଲେ। ପାରାଦ୍ଵୀପ ତାରେଣୀଗଡା ନିକଟସ୍ଥ ଏକ ଘରେ ନାବାଳିକାଙ୍କୁ ଚିକେନ ଖାଇବାକୁ ଦେଇ ନିଜେ ମଦ ପିଇଥିଲୋ। ମାତ୍ର ଝିଅଟି ଖାଇବାକୁ ମନାକରିବାରୁ ଯୁବକ ଜଣଙ୍କ ତାକୁ ନିସ୍ତୁକ ମାଡ ମାରିଥିଲେ। ଫଳରେ ନାବଳକା ଜଣଙ୍କ କାନ୍ଦି କାନ୍ଦି ସେ ଘରୁ ବାହାରକୁ ପଳେଇ ଆସିଥିଲା।ସ୍ଥାନୀୟ ଲୋକେ ଏସବୁ ଦେଖି ପୋଲିସକୁ ଖବର ଦେଇଥିଲୋ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ଯୁବକ ଓ ନାବାଳିକାଙ୍କୁ ଥାନାକୁ ଆଣିବା ସହିତ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକ ପହଞ୍ଚି ଏହା ଅପହରଣ ନୁହେଁ ଏବଂ ଯୁବକ ଜଣଙ୍କ ମୋର ଭଉଣୀର ପୁଅ ବୋଲି ସଫେଇ ଦେଇଥିଲେ। ମାତ୍ର ପୋଲିସ ଗ୍ରହଣ କରିନଥିଲା, ତେବେ ସନ୍ଧ୍ୟାରେ ନାବାଳିକାର ମା ଆଦର୍ଶ ଥାନାରେ ଲିଖିତ ଏତଲା ଦେଇଥିଲେ। ଏହି ଏତଲାକୁ ଭିତ୍ତିକରି ପୋଲିସ ଉଭୟ ନାବାଳିକା ଓ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।