ପତ୍ନୀ ଓ ପିଲାଙ୍କ ଆଗରେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ସ୍ୱାମୀ

ଯାଜପୁର: ଘରୋଇ କଳହର କରୁଣ ପରିଣତି । ପତ୍ନୀ ଓ ପିଲାଙ୍କ ଆଗରେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ସ୍ୱାମୀ । ଅଗ୍ନିଶମ ବାହିନୀ ପକ୍ଷରୁ କରାଗଲା ଉଦ୍ଧାର । ଯାଜପୁର ଦେଇ ପ୍ରବାହିତ ବୈତରଣୀ ନଦୀର ବଲ୍ଲଭିଘାଟରେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକ ଜଣଙ୍କ ହେଲେ ରାଜକନିକା ଅଞ୍ଚଳର ସୁକାନ୍ତ ମିଶ୍ର । ସୁକାନ୍ତ କୌଣସି କାରଣରୁ ନିଜ ପତ୍ନୀ ଓ ପୁଅଙ୍କ ସାମ୍ନାରେ ଆତ୍ମହତ୍ୟା କରିବାକୁ ନଦୀକୁ ଡେଇଁଥିଲେ । ସେଠାରେ ଲୋକ ରୁଣ୍ଡ ହୋଇଥିବା ଦେଖି ଯାଜପୁର ଅଗ୍ନିଶମ ବିଭାଗ ନଦୀକୁ ଯାଇ ସୁକାନ୍ତଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟଚିକିତ୍ସାଳୟରେ ଭର୍ତି କରିଥିଲା । ନଦୀରେ ପାଣି କମ ଥିବାରୁ ସୁକାନ୍ତଙ୍କ ଗୋଡ଼ ଓ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି।…