ପହଲଗାଓଁ ଆକ୍ରମଣ : ୨ ଆତଙ୍କବାଦୀଙ୍କ ଘରକୁ ବୋମା ପକାଇ, ବୁଲଡୋଜର ଚଢାଇ ଭାଙ୍ଗିଲେ ସୁରକ୍ଷାକର୍ମୀ

1 min read

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ସାମିଲ ଦୁଇ ଆତଙ୍କବାଦୀ ଆଦିଲ ହୁସେନ ଓ ଆସିଫ ସେଖଙ୍କ ଘରକୁ ବେମାରେ ଉଡାଇଦେଲେ ସୁରକ୍ଷାକର୍ମୀ । ଅନନ୍ତନାଗ ଜିଲ୍ଲାର ବିଜବେହରାରର ଗୋରୀ ଅଞ୍ଚଳରେ ଥିବା ସ୍ଥାନୀୟ ଆତଙ୍କବାଦୀ ଆଦିଲ ହୁସେନର ଘରେ ବୋମାମାଡ଼ କରାଯାଇଛି । ଏବଂ ଅନ୍ୟଜଣେ ସ୍ଥାନୀୟ ଆତଙ୍କବାଦୀ ଆସିଫ୍ ଶେଖର ଘରକୁ ଜମ୍ମୁ ଓ କାଶ୍ମୀର ପ୍ରସାଶନ ପକ୍ଷରୁ ବୁଲଡୋଜରରେ ଭାଙ୍ଗି ଦିଆଯାଇଛି ।  ଏହି ଦୁଇ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି । ସେମାନେ ଏପ୍ରିଲ ୨୨ରେ ପହଲଗାଓଁ ବୈସାରନ ଘାଟିରେ ହୋଇଥିବା ଆକ୍ରମଣ ଯୋଜନା ଏବଂ କାଯ୍ୟକାରୀ କରିବାରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀର ପହଲଗାଓଁରେ ୪ଜଣ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କ ଗୋଷ୍ଠୀ ଷ୍ଟିଲ ଟିପ୍ ଗୁଳି, AK-47 ରାଇଫଲ୍ସ ଏବଂ ବଡି କ୍ୟାମେରା ପିନ୍ଧି  ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଗୁଳି କରିଥିଲେ । ଏହି ଆତଙ୍କବାଦୀ ଆକ୍ରମଣେ ୨୬ଜଣ ପ୍ରାଣହରାଇଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ଭାରତର ବିଭିନ୍ନ ରାଜ୍ୟରୁ ବୁଲିବାକୁ ଆସିଥିଲେ । ଏହି ଆତଙ୍କବାଦୀଙ୍କ ମଧ୍ୟରେ ୨ଜଣ ସ୍ଥାନୀୟ ଲୋକ ମଧ୍ୟ ସାମିଲ ଥିଲେ  । ଯାହାଙ୍କ ଘରକୁ ସୁରକ୍ଷାକର୍ମୀମାନେ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି ।