ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ବର: ବର୍ତ୍ତମାନ ନୂଆ ସରକାରକୁ ୧୧ ମାସ ଚାଲିଲା । ଏହି ୧୧ ମାସରେ ସାରା ରାଜ୍ୟରେ ଶିଶୁ ଅପହରଣ, ଆଦିବାସୀ ଛାତ୍ରୀ ଅପହରଣ ହେଉଛନ୍ତି । ଶିଶୁ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ନିର୍ଯାତନା ଖବର ଆସୁଛି । କୁଚିଣ୍ଡା, ରାଉରକେଲା, ମୟୂରଭଞ୍ଜରୁ ମାଲକାନଗିରି ଯାଏଁ ଶିଶୁ ନିର୍ଯାତନାର କାହାଣୀ । କୁଚିଣ୍ଡାରେ ଲୋକେ ପ୍ରତିବାଦ କରିବା ପରେ ମାମଲା ହେଲା । ଡେଲାଙ୍ଗ ରତନପୁର ଘଟଣା ଅତ୍ୟନ୍ତ ହୃଦୟବିଦାରକ ।
ଏସବୁ ବିଫଳ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଙ୍ଗୁଳି ଉଠାଉଛି । ପୋଲିସର ଆଭିମୁଖ୍ୟ ଦୁର୍ଭାଗ୍ୟ ଓ ଚିନ୍ତାଜନକ । ବିଜେଡି ଏହାକୁ କଡ଼ା ଭାଷାରେ ନିନ୍ଦା କରିଛି । ଗତ ୧୫ ତାରିଖରେ ଘଟଣା ଘଟିଥିଲା । ଥାନାରେ ନିଖୋଜ ମାମଲା ହେଲା । ଶିଶୁର ବାପା ଯାହାକୁ ସନ୍ଦେହ କରୁଥିଲେ ତାକୁ ପୋଲିସ ପଚରାଉଚରା କରି ଛାଡିଦେଲା । ଏହାପରେ ଗାଁ ଲୋକ ପ୍ରତିବାଦ କରିବାରୁ ୪୬ ଜଣଙ୍କ ନାଁରେ ମାମଲା ହୋଇଛି । ପୂର୍ବରୁ ପିପିଲିରେ ୭ ବର୍ଷର ଝିଅକୁ ଦୁଷ୍କର୍ମ କରାଗଲା । ଏହା ଘୋର ନିନ୍ଦନୀୟ । ପୋଲିସ କେମିତି ତଦନ୍ତ କରୁଛି । ପୁରୀ ଜିଲ୍ଲା ବିଜେଡି ସଭାପତି ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ବିଜେଡି ରତନପୁର ଯାଉଛି । ପରିବାର ଓ ଲୋକଙ୍କୁ ଟିମ ଭେଟିବ । କାହିଁକି ତଦନ୍ତରେ ବିଳମ୍ବ ହେଲା ? ୪୬ ଜଣଙ୍କ ବିରୋଧରେ କାହିଁକି ମାମଲା ହେଲା ? ସେ ନେଇ ଆଲୋଚନା କରାଯିବ । ଆବଶ୍ୟକ ପଡିଲେ ପୁରୀ ଏସପିଙ୍କୁ ଭେଟିବୁ ବୋଲି କହିଛନ୍ତି ବିଜେଡି କାର୍ଯ୍ୟକ୍ରମ ରୂପାୟନ କମିଟି ଆବାହକ ସଂଜୟ ଦାସବର୍ମା । ସେହିପରି ତଦନ୍ତରେ କାହିଁକି ଅବହେଳା ହେଲା ଏକ ଟିମ ଗଠନ କରି ତଦନ୍ତ କରିବାକୁ ଦାବି କରିଛନ୍ତି ପୂର୍ବତନ ପିପିଲି ବିଧାୟକ ତଥା ବିଜେଡି ନେତା ରୁଦ୍ର ମହାରଥୀ । ଏହାସହ ମାମଲାର ବିଚାର ଫାଷ୍ଟ ଟ୍ରାକ କୋର୍ଟରେ କରାଯାଉ ବୋଲି ସେ ଦାବି କରିଛନ୍ତି । କାରଣ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରାଯାଇଥିଲା ହେଲେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏ ନେଇ କିଛି କହିଲେ ନାହିଁ । ପ୍ରତିବାଦ ସମୟରେ ଜିଲ୍ଲାପାଳଙ୍କୁ ବାରମ୍ବାର ଫୋନ କରିଥିଲେ ବି ସେ ଫୋନ ଅଫ ରଖିଥିଲେ । ମୃତଦେହ ଆସିବା ପରେ ବି ସେ ଆସିନଥିଲେ । ଏହା ନିନ୍ଦନୀୟ । ସରକାର କ୍ଷତିପୂରଣ ବାବଦରେ ଆଶୀର୍ବାଦଙ୍କ ପରିବାରକୁ ଏକ କୋଟି ଟଙ୍କା ଦିଅନ୍ତୁ ।