ଘରକୁ ଫେରିବାକୁ ଶ୍ରୀନଗର ଏୟାରପୋର୍ଟରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼
1 min read
ଜାମ୍ମୁ କାଶ୍ମୀର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭୟଭୀତ ହୋଇପଡ଼ିଛନ୍ତି ସେଠାକୁ ଯାଇଥିବା ପର୍ଯ୍ୟଟକ । ସେମାନେ କିପରି ନିଜ ଘରକୁ ଫେରିବେ ସେ ନେଇ ଚିନ୍ତିତ ଅଛନ୍ତି । ଏହାରି ଭିତରେ ଜାମ୍ମୁ କାଶ୍ମୀର ବିମାନ ବନ୍ଦରରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ବିମାନ କମ୍ପାନୀ ଗୁଡ଼ିକ ଭଡ଼ାରେ ଅହେତୁକ ବୃଦ୍ଧି କରିଛନ୍ତି । ଭଡ଼ା ପ୍ରାୟ ୩ ଗୁଣ ବଢ଼ିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ସଙ୍କଟ ସମୟରେ ଏପରି ଭଡ଼ା ବଢ଼ାଇଥିବାରୁ ଯାତ୍ରୀମାନଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ଏବେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏୟାରଲାଇନ୍ସର ଅତିରିକ୍ତ ୪ଟି ବିମାନ ଚଳାଚଳ କରୁଛି । ଦୁଇଟି ଦିଲ୍ଲୀ ଏବଂ ଆଉ ଦୁଇଟି ମୁମ୍ବାଇ ଯିବାଆସିବା କରୁଛି । ଆବଶ୍ୟକ ପଡ଼ିଲେ ଅଧିକ ବିମାନ ପ୍ରସ୍ତୁତ ରଖାଯାଇଛି ବୋଲି ମନ୍ତ୍ରଣାଳୟ କହିଛି ।
Just look at how Private Airlines are charging 3 times more fare from the panick stricken tourists of Sri Nagar. pic.twitter.com/uFyc3TTgr5
— Manish RJ (@mrjethwani_) April 23, 2025
ତେବେ ଅନ୍ୟପକ୍ଷରେ କମ୍ପାନୀଗୁଡ଼ିକ ଭଡ଼ା ବୃଦ୍ଧି ନ କରିବାକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ । ଏହି କଷ୍ଟ ସମୟରେ ଯାତ୍ରୀଙ୍କ ଉପରେ ଯେପରି ବୋଝ ନ ପଡ଼େ ସେଥିପାଇ: ଭଡ଼ା ସ୍ବାଭାବିକ ରଖିବାକୁ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ରହିଛି ।