୧୫ ବର୍ଷରେ ଜାମ୍ମୁ କାଶ୍ମୀରରେ ହୋଇଛି ୧୧ ବଡ଼ ଆକ୍ରମଣ, ଯାଇଛି ୨ଶହରୁ ଅଧିକ ଲୋକଙ୍କ ଜୀବନ
1 min read
ଜମ୍ମୁ-କାଶ୍ମୀର: ଗତକାଲି ଜମ୍ମୁ-କାଶ୍ମୀରର ପହଲଗାମ ଆକ୍ରମଣରେ ଏପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏଠାରେ ଏପରି ପ୍ରଥମ ଘଟଣା ନୁହେଁ। ଯଦି ଆମେ ଗତ ଦେଢ଼ ଦଶନ୍ଧି ଅର୍ଥାତ୍ ୧୫ ବର୍ଷକୁ ଦେଖିବା, ତେବେ ଏହି ପ୍ରକାରର ୧୧ ବଡ଼ ଆକ୍ରମଣ ହୋଇଛି। ଯେଉଁଥିରୁ ଏପର୍ଯ୍ୟନ୍ତ ୨୨୭ ଜଣଙ୍କ ଜୀବନ ଯାଇଛି। ଜାଣନ୍ତୁ ସେହି ଘଟଣା ଗୁଡ଼ିକୁ ।
୧. ଅନନ୍ତନାଗ ଜିଲ୍ଲାରେ ସଂଖ୍ୟାଲଘୁ ଶିଖଙ୍କ ଉପରେ ଆକ୍ରମଣ
୨୧ ମାର୍ଚ୍ଚ ୨୦୦୦ ରାତିରେ ଅନନ୍ତନାଗ ଜିଲ୍ଲାର ଚାଟିସିଙ୍ଘପୋରା ଗାଁରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ, ଆତଙ୍କବାଦୀମାନେ ସଂଖ୍ୟାଲଘୁ ଶିଖ ସମ୍ପ୍ରଦାୟକୁ ଟାର୍ଗେଟ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ମୋଟ ୩୬ ଜଣ ପ୍ରାଣ ହରାଇଥିଲେ। ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡିଛି।
୨, ପହଲଗାମର ନନୱାସ ଘାଟି ଉପରେ ଆତଙ୍କବାଦୀ ଆକ୍ରମଣ
୨୦୦୦ ମସିହା ଅଗଷ୍ଟ ମାସରେ ପହଲଗାମର ନନୱାନ ବେସ୍ କ୍ୟାମ୍ପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଅମରନାଥ ତୀର୍ଥଯାତ୍ରୀଙ୍କୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣରେ ସ୍ଥାନୀୟ ଲୋକଙ୍କ ସହିତ ମୋଟ ୩୨ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
୩, ଅମରନାଥ ଯାତ୍ରୀଙ୍କ ଉପରେ ପୁଣି ଆକ୍ରମଣ
୨୦୦୧ ଜୁଲାଇରେ ମଧ୍ୟ ଅମରନାଥ ଯାତ୍ରୀଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଆତଙ୍କବାଦୀମାନେ ୧୩ ଜଣଙ୍କୁ ହତ୍ୟା କରିଥିଲେ। ଏହି ଆକ୍ରମଣ ଅନନ୍ତନାଗର ଶେଷନାଗ ବେସ୍ କ୍ୟାମ୍ପରେ ହୋଇଥିଲା।
୪, ବିଧାନସଭା ପରିସରରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା
ଜମ୍ମୁ ଏବଂ କାଶ୍ମୀରର ଶ୍ରୀନଗରରେ ରାଜ୍ୟ ବିଧାନସଭା ପରିସରରେ ଏକ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ।
୫, ଚନ୍ଦନୱାରୀ ଶିବିର ଉପରେ ଆକ୍ରମଣ
୨୦୦୨ ମସିହାରେ କାଶ୍ମୀରର ଚନ୍ଦନୱାରୀ ବେସ୍ କ୍ୟାମ୍ପରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୧୧ ଜଣ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
ଦକ୍ଷିଣ କାଶ୍ମୀରରେ ଏକ ବଡ଼ ଆକ୍ରମଣ ହୋଇଥିଲା
ଏହି ଆକ୍ରମଣ ୨୩ ନଭେମ୍ବର ୨୦୦୨ରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ହୋଇଥିଲା। ଏହି ଆକ୍ରମଣ ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ ବ୍ୟବହାର କରି କରାଯାଇଥିଲା। ଏହି ଆକ୍ରମଣରେ ୯ ଜଣ ସୁରକ୍ଷା କର୍ମୀ, ତିନି ଜଣ ମହିଳା ଏବଂ ଦୁଇ ଜଣ ଶିଶୁ ସମେତ ୧୯ ଜଣ ପ୍ରାଣ ହରାଇଛନ୍ତି।
୬,୨୩ ମାର୍ଚ୍ଚ ୨୦୦୩ରେ ହୋଇଥିବା ଆକ୍ରମଣ
ଏହି ଆକ୍ରମଣରେ ଆତଙ୍କବାଦୀମାନେ ପୁଲୱାମା ଜିଲ୍ଲାର ନନ୍ଦି ମାର୍ଗ ଗାଁରେ ୧୧ ଜଣ ମହିଳା ଏବଂ ୨ ଜଣ ଶିଶୁଙ୍କ ସମେତ ଅତି କମରେ ୨୪ ଜଣ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିଲେ।
୭, ୧୩ ଜୁନ୍ ୨୦୦୫
ପୁଲୱାମା ପୁଣି ଥରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା। ଏକ ସରକାରୀ ସ୍କୁଲ ସାମ୍ନାରେ ଥିବା ଏକ ଜନଗହଳିପୂର୍ଣ୍ଣ ବଜାରରେ ବିସ୍ଫୋରକ ଭର୍ତ୍ତି ଏକ କାର ଦ୍ୱାରା ଏହି ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ୨ ସ୍କୁଲ ପିଲାଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା।
୮, ୧୨ ଜୁନ୍ ୨୦୦୬
ଏଥର ଆତଙ୍କବାଦୀମାନେ କାଶ୍ମୀରର କୁଲଗାମକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ୯ ଜଣ ନେପାଳୀ ନାଗରିକ ଏବଂ ବିହାରୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।
୯, ୧୦ ଜୁଲାଇ ୨୦୧୭
କାଶ୍ମୀରର କୁଲଗାମରେ ଅମରନାଥ ଯାତ୍ରା ପାଇଁ ଯାଉଥିବା ଏକ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।
୧୦. ୧୪ ଫେବୃଆରୀ ୨୦୧୯
ଏହି ଦିନ ପୁଲଓ୍ବାମାରେ ସେନା ଗାଡ଼ି ଉପରେ ଆକ୍ରମଣ ହୋଇଥିଲା । ଏଥିରେ ୪୦ ସିଆରପିଏପ୍ ଜବାନ ସହିଦ ହୋଇଥିଲେ ।
୧୧,୨୨ ଏପ୍ରିଲ ୨୦୨୫
ପହଲଗାମର ବୈସାରନ ଉପତ୍ୟକାରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି।