ରାସ୍ତା କାମରେ ମହାଦୁର୍ନୀତି, କେଉଁଠି ବିନା କଲଭର୍ଟରେ ତ କେଉଁଠି ପୁରୁଣା କଲଭର୍ଟ ଉପରେ ପକାଯାଉଛି ପିଚୁ

1 min read

ଡୁଙ୍ଗୁରିପାଲ୍ଲୀ : ରାସ୍ତା କାମରେ ମହାଦୁର୍ନୀତି । ବିନା କଲଭର୍ଟରେ ତିଆରି ଚାଲିଛି ରାସ୍ତା । ଆଉ କେଉଁଠି ପୁରୁଣା କଲଭର୍ଟ ଉପରେ ପିଚୁ କାମ ସାରିଦେଉଛି ଠିକାଦାର । ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟାରୁ କୁଟାସିଂହା ପର୍ଯ୍ୟନ୍ତ ପିଡବ୍ଲ୍ୟୁଡି ରାସ୍ତା କାମରେ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ୩୦ କୋଟି ଟଙ୍କା ବ୍ଯୟ ବରାଦରେ ଚାଲିଥିବା ରାସ୍ତା କାମ ନିମ୍ନମାନର ହେଉଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ଗର୍ତ୍ତ ଖୋଳି ମେଟାଲିକ୍ସ କରି ମୋରମ୍ ପକେଇବା କଥା ତାହା ମଧ୍ୟ କରାଯାଉନି । ଯେଉଁଥିପାଇଁ ମୁରସୁଣ୍ଡି, ହରଭଙ୍ଗା ଅଞ୍ଚଳର ଲୋକେ ରାସ୍ତା କାମକୁ ବନ୍ଦ କରିଦେଇଛନ୍ତି ।

ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରର ମଧୁଚନ୍ଦ୍ରିକାରେ ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ଯପଟେ କଲଭର୍ଟ କାମ ନହୋଇ ରାସ୍ତା କାମ ହୋଇଥିବାକୁ ସ୍ଵୀକାର କରିଛନ୍ତି ବିଭାଗୀୟ ଯନ୍ତ୍ରୀ । ଯେଉଁ ପର୍ଯ୍ୟନ୍ତ ପାଣି ପାଇପ୍ କାର୍ଯ୍ୟ ନ ହୋଇଛି ସେ ପର୍ଯ୍ୟନ୍ତ କାମ ସ୍ଥଗିତ ରହିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି l