ଜମ୍ମୁ ଓ କାଶ୍ମୀରରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ମୃତ

1 min read

ଶ୍ରୀନଗର : ଜମ୍ମୁ ଓ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଛି । ସୂଚନା ଅନୁଯାୟୀ କିଛି ପର୍ଯ୍ୟଟଙ୍କ ଉପରେ ଗୁଳି ମଧ୍ୟ ବାଜିଥିବା ଜଣାପଡିଛି । ଏହି ଆକ୍ରମଣରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆଡତ ହୋଇଛନ୍ତି । ଘଟଣା ବିଷୟରେ ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ସେଡାରେ ପହଞ୍ଚିଛନ୍ତି । ଏହି ଆକ୍ରମଣକୁ ନେଇ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇ ନାହିଁ । ଅଧିକାରୀଙ୍କ ପ୍ରେସ ବିବୃତ୍ତିକୁ ସବୁ ଅପେକ୍ଷା କରାଯାଇଛି ।

ସୂଚନା ଅନୁସାରେ, ସେହି ଅଞ୍ଚଳରେ ଗୁଳି ଫୁଟିବାର ଶଦ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ସୁରକ୍ଷାକର୍ମୀ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଆହତ ହୋଇଥିବା ପର୍ଯ୍ୟଟକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ କିଛି ବର୍ଷ ମଧ୍ୟରେ ଏହା ହେଉଛି ପ୍ରଥମ ଘଟଣା । ଏହି ଆକ୍ରମଣରେ ଅତିକମରେ ୧୦ ଜଣ ଲୋକ ଆହତ ହୋଇଥିବା ଦାବି କରାଯାଉଛି । ୬ ଜଣଙ୍କ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣେ ଆହତଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ । ଏହି ଆକ୍ରମଣରେ ପର୍ଯ୍ୟଟକଙ୍କ ସହ କିଛି ସ୍ଥନୀୟ ଲୋକ ମଧ୍ୟ ଆହତ ହୋଇଛନ୍ତି ।

ପ୍ରକୃତରେ, ଗତ କିଛି ମାସ ଧରି ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ଏକ ବଡ଼ ଧରଣର ଅଭିଯାନ ଚାଲିଛି। ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀମାନେ ଭୟଭୀତ ହୋଇଯାଇଥିବା ବିଶ୍ୱାସ କରାଯାଉଛି। ସେଥିପାଇଁ ସେମାନେ ସାଧାରଣ ଜନତାଙ୍କୁ ଟାର୍ଗେଟ କରୁଛନ୍ତି। ଗ୍ରୀଷ୍ମ ଛୁଟି ମଧ୍ୟ ଆରମ୍ଭ ହେବାକୁ ଯାଉଛି, ତେଣୁ ବହୁ ସଂଖ୍ୟକ ପର୍ଯ୍ୟଟକ ସେମାନଙ୍କ ପରିବାର ସହିତ ଭ୍ରମଣ କରିବାକୁ ବାହାରକୁ ଯାଆନ୍ତି। ଗ୍ରୀଷ୍ମ ଛୁଟିରେ ପହଲଗାମରେ ପର୍ଯ୍ୟଟକଙ୍କ ଯଥେଷ୍ଟ ଉପସ୍ଥିତି ଥାଏ।