spot_img

Latest Posts

ଏନସିପି ବିଧାୟକ ଜିସାନ ସିଦ୍ଦିକିଙ୍କୁ ହତ୍ୟା ଧମକ

ନନ୍ଦିଘୋଷ ବ୍ୟୁରୋ: ମୁମ୍ଵାଇର ଏନସିପି ବିଧାୟକ ଜିସାନ ସିଦ୍ଦିକିଙ୍କୁ ହତ୍ୟା ଧମକ।  ଇମେଲରେ   ଦାଉଦ ଗ୍ୟାଙ୍ଗ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ୧୦ କୋଟି ଟଙ୍କା ଦେବାକୁ ସିଦ୍ଦିକଙ୍କୁ ଧମକ ଦିଆଯାଇଥିବା କୁହାଯାଇଛି। ଗତ ବର୍ଷ ଅକ୍ଟୋବର ୧୦ରେ ଜିସାନଙ୍କ ବାପା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ତେଣେ ଧମକ ଆସିବା ପରେ ମୁମ୍ବାଇର ମକବା ହାଇଟସରେ ଥିବା ଜିସାନଙ୍କ ଘରେ ସିକ୍ୟୁରିଟି ବ୍ୟବସ୍ଥା କଡ଼ାକଡି କରାଯାଇଛି। ଜିସାନଙ୍କ ଅଭିଯୋଗ ପାଇବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଡି-କମ୍ପାନୀ ପକ୍ଷରୁ ଏହି ଧମକ ଆସିବା ପରେ ଏହା କେଉଁଠାରୁ ବାସ୍ତବରେ ଆସିଛି, ଏହା ପଛରେ କିଏ-ସେନେଇ ତଦନ୍ତ ଜାରି ରହିଛି। ଗତ ୨୦୨୪ ଅକ୍ଟୋବର ୧୨ ତାରିଖରେ ଜିସାନଙ୍କ ବାପା ବାବା ସିଦ୍ଦିକଙ୍କୁ ୩ ଜଣ ଦୁର୍ବୃତ୍ତ ମୁମ୍ବାଇର ନିର୍ମଳ ନଗରରେ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟା ଲାଗି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା।

Latest Posts

Don't Miss