’ଆନିମଲ’ ଫିଲ୍ମର ଖଳନାୟକଙ୍କ ଭଳି ମହମ୍ମଦ କୈଫଙ୍କ ପ୍ରେମ କାହାଣୀ, ଥରେ ପଢ଼ନ୍ତୁ..
1 min read
ନନ୍ଦିଘୋଷ ବ୍ୟୁରୋ: ଫିଲ୍ମରେ ନାୟକ-ନାୟିକାଙ୍କ ପ୍ରେମ କାହାଣୀ ସମସ୍ତ ଦର୍ଶକଙ୍କ ମନକୁ ମୋହିଥାଏ । ବାସ୍ତବ ଜୀବନରେ ମଧ୍ୟ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ କାହାଣୀଠାରୁ ମଧ୍ୟ କମ୍ । ଠିକ୍ ସେମିତି ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ କୈଫଙ୍କ ଲଭ୍ ଷ୍ଟୋରୀ । ’ଆନିମଲ’ ଫିଲ୍ମର ଖଳନାୟକ ବବି ଦେଓ୍ବଲଙ୍କ ଭଳି ଥିଲା କୈଫଙ୍କ ପ୍ରେମ କାହାଣୀ । ଫିଲ୍ମରେ ବବି ଦେଓ୍ବଲ ଯେଭଳି ରେଷ୍ଟୁରାଣ୍ଟକୁ ସାଙ୍ଗମାନଙ୍କ ସହ ଯାଇଥିଲେ ଆଉ ସେଠାରେ ପ୍ରେମରେ ପଡ଼ିଥିଲେ ଠିକ୍ ସେମିତି କୈଫ ରେଷ୍ଟୁରାଣ୍ଟରେ ପୂଜାଙ୍କ ପ୍ରେମରେ ପଡ଼ିଥିଲେ । ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆଉ ପରେ ପ୍ରେମର ରୂପ ନେଇଥିଲା ଏହି ସମ୍ପର୍କ । ୪ ବର୍ଷ ଧରି ଉଭୟ ଉଭୟଙ୍କୁ ଡେଟ୍ କରିଥିଲେ । ପରେ ୨୦୧୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୧୪ ବର୍ଷର ବୈବାହିକ ଜୀବନ ବେଶ ହସଖୁସିରେ କଟି ଚାଲିଛି । ତେବେ ଆଜି ପୂଜାଙ୍କ ଜନ୍ମଦିନ । ମାତ୍ର କୈଫ ଏବେ ଆଇପିଏଲରେ କମେଟ୍ରି କରୁଛନ୍ତି । ଏଣୁ ସେ ଏକ ଭିଡିଓ ବନାଇ ସ୍ତ୍ରୀଙ୍କ ପାଇଁ ଡେଡିକେଟ୍ କରିଛନ୍ତି । ଏଥିରେ କମେଟ୍ରି ଟିମର ସଦସ୍ୟମାନେ ରହିଥିବା ଦେଖିବାକୁ ମିଳିଛି । ଯାହାକି ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବାବେଳେ ୟୁଜର୍ସମାନେ ଏହାକୁ ଲାଇକ୍, କମେଣ୍ଟ ଏବଂ ସେୟାର କରୁଛନ୍ତି ।