ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ

ନନ୍ଦିଘୋଷ ବ୍ୟୁରୋ: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ । ମନିଂ ଲଣ୍ଡରିଂ ମାମଲାରେ ହାଜର ହେବାକୁ ସମନ କରିଛି ଇଡି । ୨୭ ତାରିଖରେ ହାଜର ହେବାକୁ ମହେଶ ବାବୁଙ୍କୁ ସମନ କଲା ଇଡି । ହାଇଦ୍ରାବାଦ ସ୍ଥିତ ରିଅଲ ଇଷ୍ଟେଟ ଫାର୍ମ ନାଁରେ ରହିଛି ମନି ଲଣ୍ଡରିଂ ମାମଲା । ସାଇ ସୂର୍ଯ୍ୟା ଡେଭଲପର୍ସ ଏବଂ ସୁରା ଗୃପ ନାଁରେ ଠକେଇ ଏବଂ ମନି ଲଣ୍ଡରିଂ ମାମଲା ରହିଛି । ମହେଶ ବାବୁ ସାଇ ସୂର୍ଯ୍ୟାର ପ୍ରମୋସନ କରୁଥିଲେ । ପ୍ରମୋସନ ପାଇଁ ୫ କୋଟି ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ।  ମନି ଲଣ୍ଡରିଂରେ ମହେଶ ବାବୁଙ୍କର ପ୍ରତ୍ୟେକ୍ଷ ଲିଙ୍କ ଥିବା ସନ୍ଦେହ କରି ସମନ କରିଛି ଇଡି । ରିଅଲ ଇଷ୍ଟେଟ ସହ ମନି ଲଣ୍ଡ୍ରିଂ ମାମଲା ଜଡ଼ିତ ଅଛି । ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ ଥିବା ବେଳେ ୨ଟି ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ । ବିଜ୍ଞାପନ ଚୁକ୍ତି ବାବଦରେ କୋଟି କୋଟି ଟଙ୍କା ନେଇଛନ୍ତି ମହେଶ ବାବୁ । ତେଣୁ ମାମଲାର ଖିଆ ଖୋଜିବାକୁ ମହେଶ ବାବୁଙ୍କୁ ସମନ କରିଛି ଇଡି ।