ବାଲିପାଟଣା ଥାନା ନିକଟରେ ଯୁବକଙ୍କୁ ଗୁଳିମାଡ଼

ଭୁବନେଶ୍ବର: ଅଶାନ୍ତି ରାଜଧାନୀ ଭୁବନେଶ୍ବର । ପୋଲିସକୁ ବି ନାହିଁ ଡର । ଥାନା ନିକଟରେ ବି ଅପରାଧ ଘଟାଇବାକୁ ଡରୁ ନାହାନ୍ତି ଅପରାଧୀ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନିକଟରେ ଫୁଟିଲା ଗୁଳି । ଜଣେ ଯୁବକ ଆହତ । ଆହତ ଯୁବକ ହେଲେ ଗୁଆପୁର ଗ୍ରାମର ଦୀପ୍ତି ରଞ୍ଜନ ମହାପାତ୍ର । ଦୀପ୍ତିଙ୍କ ବାମ ହାତରେ ଗୁଳି ବାଜିଛି ।

ସୂଚନାଯୋଗ୍ୟ, ଦୀପ୍ତି ଥାନା ନିକଟ ଭଡା ଘର ବାରଣ୍ଡାରେ ରାତିରେ ବସିଥିଲେ । ଏହି ସମୟରେ ୨ ଜଣ ଯୁବକ ଏକ ବାଇକରେ ଆସି ଦୀପ୍ତିଙ୍କୁ ଗୁଳି ମାଡ଼ କରି ଫେରାର ହୋଇଯାଇଛନ୍ତି । ପୂର୍ବ ଶତ୍ରୁତାରୁ ଗୁଳି ମାଡ଼ ହୋଇଥିବା ଅନୁମାନ କରାଯାଉଛି ।