ମାଲାୟାଲମ ଅଭିନେତା ସାଇନ ଟମ୍ ଚାକୋ ଗିରଫ
1 min read
ନନ୍ଦିଘୋଷ ବ୍ୟୁରୋ: ଡ୍ରଗ୍ସ ସେବନ ଅଭିଯୋଗରେ ମାଲାୟାଲମ ଅଭିନେତା ସାଇନ ଟମ୍ ଚାକୋ ଗିରଫ । ଗିରଫ ପରେ ତାଙ୍କୁ ଜାମିନ ମିଳି ଯାଇଛି । ତାଙ୍କ ବିରୋଧରେ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟନ୍ସ (NDPS) ଆଇନର ଧାରା ୨୭ (ଯେକୌଣସି ନିଶାଦ୍ରବ୍ୟ କିମ୍ବା ମାନସିକ ପଦାର୍ଥ ସେବନ) ଏବଂ ୨୯ ( ପ୍ରୋତ୍ସାହନ ଓ ଅପରାଧିକ ଷଡଯନ୍ତ୍ର)ର ଦଫା ଲାଗିଥିଲା ।
କୋଚିର ଏକ ହୋଟେଲରେ ନାର୍କୋଟିକ୍ସ ଟିମ୍ ଚଢାଉ ବେଳଏ ସେ ପଳାଇ ଯାଇଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ତାର କିଛି ଘଣ୍ଟା ଭିତରେ ହିଁ ଟମଙ୍କୁ ମିଳିଛି ଜାମିନ । ୨୦୧୪ର ସର୍ବାଧିକ ଆୟ କରିଥିବା ମାଲାୟଲମ ଫ୍ୟାଣ୍ଟାସି କମେଡି ଚଳଚ୍ଚିତ୍ର ‘ଇତିହାସ’ ପାଇଁ ବେଶ ଚର୍ଚ୍ଚାକୁ ଆସିଥିଲେ ଟମ୍ । ଏକ ଇନଷ୍ଟାଗ୍ରାମ ଭିଡିଓରେ, ଭିନ୍ସି ତାଙ୍କର ଅଭିଜ୍ଞତା ସେୟାର କରି କହିଛନ୍ତି ଯେ ସେ ଆଉ ମଦ୍ୟପାନ କିମ୍ବା ଡ୍ରଗ୍ସ ଭଳି ପଦାର୍ଥର ଅପବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସହିତ କାମ କରିବେ ନାହିଁ ।