୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ ! ପାଣିପାଗ ବିଭାଗ ପକ୍ଷରୁ ସତର୍କ …

1 min read

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ ବର୍ଷା । ଏହାର ପ୍ରଭାବରେ ୬ ଜିଲ୍ଲାରେ ବର୍ଷା ଲାଗି ରହିଛି । । ୨୨ ତାରିଖ ପର୍ଯ୍ୟନ୍ତ ପାଗରେ ନାହିଁ ପରିବର୍ତ୍ତନ । ବର୍ତ୍ତମାନ ରାଜ୍ୟ ଉପରେ ଦୁଇଟି ଟ୍ରପ ଲାଇନ୍ ବା ନିମ୍ନ ଚାପ୍ ରେଖା ସକ୍ରିୟ ରହିଛି। ଫଳରେ ବର୍ଷା ହେଉଛି । ଆଗାମୀ ତିନିଦିନ ହାଲୁକରୁ ମଧ୍ୟମ ଧରଣର ବର୍ଷା ଅଧିକାଂଶ ସ୍ଥାନରେ ହେବ। ବିଜୁଳି ଘଡ଼ଘଡ଼ି ସହିତ ପବନର ବେଗ ଘଣ୍ଟା ପ୍ରତି ୬୦-୭୦ କିଲୋମିଟର ବହିବାର ସମ୍ଭାବନା ରହିଛି ।

କାଳବୈଶାଖୀ ବର୍ଷା ଓ ପବନ ଯୋଗୁ ତାତି କମିଛି । ଭୁବନେଶ୍ୱର-କଟକ ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି । ଗତକାଲି ସଂଧ୍ୟାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଅପରାହ୍ଣ ୫ଟା ବେଳକୁ ହଠାତ୍ ଆକାଶରେ ମେଘ ଘୋଟି ଆସିଥିଲା । ଏହା ପରେ ଥଣ୍ଡା ପବନ ସହ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା ।

କାଳବୈଶାଖୀ ପାଇଁ ରାଜ୍ୟର ଅଧାରୁ ଅଧିକ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ଵର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କେନ୍ଦୁଝର ଏବଂ କୋରାପୁଟ ଜିଲ୍ଲାର କିଛି ଅଂଶ ପ୍ରଭାବିତ ହେବାର ସମ୍ଭାବନା ରହିଛି  । ଯାହାକୁ ନେଇ ଏହି ସବୁ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୨ ଦିନ ପରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।