ଶାଶୂ- ଜ୍ବାଇଁ ମାମଲାରେ ନୂଆ ମୋଡ଼, କହିଲେ ସବୁର ମୂଳ କାରଣ ମୋ ଝିଅ

ଆଲିଗଡ଼: ଉତ୍ତରପ୍ରଦେଶ ଆଲିଗଡ଼ର ବହୁଚର୍ଚ୍ଚିତ ଶାଶୂ ଏବଂ ଜ୍ବାଇଁ ମାମଲାରେ ଉଭୟଙ୍କୁ ପଚରାଉଚରା ଚଳାଇଛି ପୋଲିସ୍ । ଦୁହେଁ ପୋଲିସ ଆଗରେ ଏପରି କଥା କହୁଛନ୍ତି ଯେ, ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଶାଶୂଙ୍କ କହିବା କଥା ହେଲା ସ୍ବାମୀ ତାଙ୍କୁ ପିଟୁ ନଥିଲେ । ମୋ ଝିଅ ହିଁ ହେଉଛି ସବୁ ଅସୁବିଧାର ମୂଳ କାରଣ । ସେ ପ୍ରଥମେ ମୋ ସହ ଖରାପ ବ୍ୟବହାର କରିଥିଲା । ମୁଁ ଯେତେବେଳେ ଜ୍ବାଇଁଙ୍କ ସହ କଥା ହେଉଥିଲି ସେ ମୋ ସହ ଖରାପ ଭାଷାରେ କଥା ହେଉଥିଲା ।

ମୋ ଝିଅର ଶିବାନୀର ବିବାହ ରାହୁଲ ସହ ଠିକ୍ କରିଥିଲି । କିନ୍ତୁ ସେ ମୋତେ ସନ୍ଦେହ କରିବା ଆରମ୍ଭ କଲା । ରାହୁଲଙ୍କ ସହ କଥା ହେଲାବେଳେ ସେ ମୋତେ ବାଧା ଦେଉଥିଲା । ଯେଉଁ ସମୟରେ କି ରାହୁଲଙ୍କ ସହ ମୋର କୌଣସି ସମ୍ପର୍କ ନଥିଲା । ପରିବାର ସଦସ୍ୟ ଏହାକୁ ଭଲ ଭାବେ ନେଉଥିଲେ । ଝିଅ ପରେ ସ୍ବାମୀ ସବୁ ପ୍ରକାର ସୀମା ଟପି ଯାଇଥିଲେ । ସେ ସବୁଦିନ ମଦ ପିଇ ରାହୁଲଙ୍କ ବିଷୟରେ ମୋତେ ଚିଡାଉଥିଲେ । ସବୁ କଥାରେ ମୋତେ ଦୋଷ ଦେଉଥିଲେ । ଏ ସବୁ କଥାରେ ମୁଁ ବିରକ୍ତ ହୋଇଯାଇଥିଲି । ରାହୁଲ ସବୁ କଥା ବୁଝି ପାରୁଥିଲେ ବୋଲି ମୁଁ ତାଙ୍କୁ ସବୁ କହୁଥିଲି ।

ଶାଶୂ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ବାମୀ ମୋତେ ଜ୍ବାଇଁଙ୍କ ସହ ପଳାଇ ଯିବାକୁ ଯେତେବେଳେ କହିଲେ ସେତେବେଳେ ସବୁ ସୀମା ଟପିଗଲା । ଏହାପରେ ଆମେ ଏକାଠି ରହିବାପାଇଁ ନିଷ୍ପତ୍ତି ନେଲୁ । ଏହା ପରେ ଆମେ ଘରୁ ପଳାଇଯାଇ ମୁଜାଫରପୁରରେ ରହିଥିଲୁ । ଏହା ପରେ ବିହାର ନେପାଳ ସୀମାରେ କିଛି ଦିନ ରହିବା ପାରେ ଆମେ ଜାଣିବାକୁ ପାଇଲୁ ଯେ, ପୋଲିସ ଆମକୁ ଖୋଜୁଛି । ଏହା ପରେ ଆମେ ନିଜେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଲୁ ।

ଏବେ ଏ ବିଷୟରେ ଜ୍ବାଇଁ କରିଛନ୍ତି ଯେ, ଆମେ କିଛି ଭୁଲ କରିନାହୁଁ । ତାଙ୍କ ସ୍ବାମୀ ତାଙ୍କୁ ନିର୍ଯାତନା ଦେଉଥିଲେ । ଯଦି ସେ ଚାହାନ୍ତି ତାହାଲେ ମୁଁ ତାଙ୍କୁ ବିବାହ କରିବାକୁ ବି ପ୍ରସ୍ତୁତ । ଏ ନେଇ ଶାଶୂ ବି ବିବାହ କରିବାକୁ ଚାହାନ୍ତି । ତାଙ୍କୁ ଯେତେବେଳେ ଛାଡ଼ପତ୍ର ବିନା ବିବାହ କରିପାରିବେ ନାହିଁ ବୋଲି ପଚରା ଯାଇଥିଲା ସେତେବେଳେ ସେ କହିଥିଲେ ଯେ, ମୁଁ ତାଙ୍କ ସହ ଏହିପରି ରହିବାକୁ ଚାହୁଁଛି ।