ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ୧୩ ନମ୍ବର ୱାର୍ଡରେ ବ୍ୟାପିଛି ଝାଡ଼ାବାନ୍ତି

ଭୁବନେଶ୍ୱର : ରାଜଧାନୀରେ ବ୍ୟାପିଛି ଝାଡ଼ାବାନ୍ତି । ଚନ୍ଦ୍ରଶେଖରପୁର ଅଞ୍ଚଳରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । କାମ କରୁନି ସରକାରୀ ଔଷଧ । ଦୂଷିତ ପାଣି ଯୋଗୁଁ ବଢୁଛି ସମସ୍ୟା । ଟିକିଏ ନଜର ପକାନ୍ତୁ, ଘରେ ଘରେ ରୋଗୀ । ପିଲାଠୁ ବୁଢା ଝାଢାବାନ୍ତିରେ ନୟାନ୍ତ ଲୋକେ । ଇଏ ହେଉଛି ଚନ୍ଦ୍ରଶେଖରପୁର ନୀଳମାଧବ ନିବାସର ଦୃଶ୍ଯ । ଏହି ଆପାର୍ଟମେଣ୍ଟରେ ୩ ଶହରୁ ଅଧିକ ଲୋକ ରହୁଥିବାବେଳେ ଝାଡ଼ାବାନ୍ତି ବ୍ୟାପିଥିବାରୁ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ । ଆପାର୍ଟମେଣ୍ଟକୁ ଆସୁଥିବା ଦୂଷିତ ପାଣି ଯୋଗୁଁ ଏପରି ସମସ୍ୟା ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି । କିଛି ଆକ୍ରାନ୍ତ କ୍ଯାପିଟାଲ ହସପିଟାଲରେ ଭର୍ତ୍ତି ହୋଇଥିବାବେଳେ କେତେକ ଘରେ ଘରେ ରହି ଚିକିତ୍ସିତ ହେଉଛନ୍ତି ।
୫ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଥିବାରୁ ନୟାନ୍ତ ହେଲେଣି ଲୋକେ । ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ଅନୁଧ୍ୟାନ କରି ମେଡିସିନ ଦେଇଥିଲେ ସୁଦ୍ଧା ଏହା କାମ କରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଡାକ୍ତରଙ୍କ ବଦଳରେ ଫାର୍ମାସୀଷ୍ଟ ମାନେ ଦିନେ ଆସି ମେଡିସିନ ବାଣ୍ଟି ଦେଇଥିବା କହିଛନ୍ତି ଏଠାକାର ବାସିନ୍ଦା । ତେଣୁ ବାଧ୍ୟ ହୋଇ ବାହାରୁ ମେଡ଼ିସିନ୍ କିଣି ଖର୍ଚ୍ଚାନ୍ତ ହେଉଛନ୍ତି ଲେକେ । ପାଣି ପରୀକ୍ଷା କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି ।