ଜଣା ପଡ଼ିଲା ସଲମାନ ଖାନଙ୍କୁ କିଏ ଦେଇଥିଲା ଧମକ

ନନ୍ଦିଘୋଷ ବ୍ୟୁରୋ: ସୋମବାର ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ମିଳିଥିଲା ହତ୍ୟା ଧମକ । ତାଙ୍କ ହ୍ବାଟ୍ସଆପ ନମ୍ବରକୁ ଆସିଥିଲା ଧମକପୂର୍ଣ୍ଣ ମେସେଜ୍ । ଘରେ ପଶି ହତ୍ୟା କରିବାକୁ ଦିଆଯାଇଥିଲା ଧମକ । ତେବେ କିଏ ଏବଂ କାହିଁକି ଏଭଳି ଧମକ ଦେଇଛି ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏବେ ଏହାର ସତ ଜଣାପଡ଼ିଛି । କିଏ ଏବଂ କାହିଁକି ହତ୍ୟା କରିବାକୁ ଧମକ ଦେଇଥିଲା ଜଣା ପଡ଼ିଛି । ଗୁଜୁରାଟ ଭଦୋଦରାର ଜଣେ ଯୁବକ ତାଙ୍କୁ ହତ୍ୟା ଧମକ ଜଣା ପଡ଼ିଛି । ତେବେ ତାଙ୍କ ବୟସ ୨୬ ରହିଥିବା ମାନସିକ ଅବସ୍ଥା ଠିକ ନଥିବା କହିଛନ୍ତି ପରିବାର ଲୋକ । ୧୧ ବର୍ଷ ଧରି ତାଙ୍କର ଚିକିତ୍ସା ହେଉଛି । ତେବେ ମୁମ୍ବାଇ ଆସି ପରିବାର ଲୋକଙ୍କ ବୟାନ ରେକର୍ଡ କରାଯିବ । ତିନି ଦିନ ମଧ୍ୟରେ ଆସିବାକୁ କୁହାଯାଇଛି । ସେପଟେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗ୍ୟାଲେକ୍ସି ଆପାର୍ଟମେଣ୍ଟ ବାହାରେ ପୋଲିସ ଛାଉଣି କରାଯାଇଛି । ଏବେ ଅଜଣା ବ୍ୟକ୍ତିଙ୍କୁ ଦେଖା କରାଯାଉନାହିଁ ।