spot_img

Latest Posts

ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣା : ୩ ବାଇକ ଆରୋହୀ ମୃତ

ନନ୍ଦିଘୋଷ ବ୍ୟୁରୋ: ରାମ ନବମୀ ଯାତ୍ରା ହେଲା ଶେଷ ଯାତ୍ରା। ଯାତ୍ରା ଦେଖି ଫେରିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସୁନ୍ଦରଗଡ଼ ବଡ଼ଗାଁ ବିଜୁ ଏକପ୍ରେସୱେ ଭୋଇପାଲି ନିକଟରେ ଦୁର୍ଘଟଣା।ଭୋର ୩ଟା ସମୟରେ ଘଟିଥିଲା ଏ ଦୁର୍ଘଟଣା।ଭାରସାମ୍ୟ ହରାଇ ରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିଲା ବାଇକ। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକମାନେ ହେଲେ ସୁନ୍ଦରଗଡ଼ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ, ଠନସୁନ୍ଦର ସା ଓ ଚନ୍ଦନ ଲୁହାର। ସମସ୍ତେ ବଡ଼ଗାଁ  ରାମଲୀଳା ଯାତ୍ରା ଦେଖି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଘଟଣା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ବଡ଼ ଗାଁ ମେଡିକାଲରେ ରଖିଛି।

Latest Posts

Don't Miss