spot_img

Latest Posts

ପିଏନବି ଠକେଇ ମାମଲା : ହୀରା ବ୍ୟବସାୟୀ ମେହୁଲ ଚୋକସି ଗିରଫ

ନନ୍ଦିଘୋଷ ବ୍ୟୁରୋ: ପିଏନବି ଠକେଇ ମାମଲାରେ ହୀରା ବ୍ୟବସାୟୀ ମେହୁଲ ଚୋକସି ଗିରଫ।ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୩ ହଜାର ୫୦୦ କୋଟି ଟଙ୍କାର ଋଣ ଠକେଇ ସମ୍ପୃକ୍ତିରେ ଅଭିଯୁକ୍ତ ମେହୁଲ ଚୋକସିକୁ ଗିରଫ କରିଛି ବେଲଜିୟମ ପୋଲିସ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଅନୁରୋଧ କ୍ରମେ ୬୫ ବର୍ଷୀୟ ମେହୁଲଙ୍କୁ ଶନିବାର ଗିରଫ କରାଯାଇଥିଲା। ସେ ବର୍ତ୍ତମାନ ଜେଲରେ ଅଛି। ଅସୁସ୍ଥତା ଏବଂ ଅନ୍ୟାନ୍ୟ କାରଣ ଦର୍ଶାଇ ଚୋକସି ଜାମିନ ଏବଂ ତୁରନ୍ତ ମୁକ୍ତି ପାଇଁ ଆବେଦନ କରିବା ଆଶା କରାଯାଉଛି।ଲଣ୍ଡନରୁ ପ୍ରତ୍ୟର୍ପଣ ଅପେକ୍ଷାରେ ଥିବା ତାଙ୍କ ଭଣଜା ନୀରବ ମୋଦିଙ୍କ ସହ ମିଶି ପିଏନବିକୁ ୧୩ ହଜାର ୮୫୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଜୁଥିଲା।ପିଏନବି ଠକେଇ ସାମ୍ନାକୁ ଆସିବାର ସପ୍ତାହ ପୂର୍ବରୁ ଜାନୁଆରୀ ୨୦୧୮ରେ ସେମାନେ ଭାରତରୁ ପଳାଇ ଯାଇଥିଲେ।ଗତ ମାସରେ ମେହୁଲ ଚୋକସି ୟୁରୋପୀୟ ଦେଶରେ ରହୁଥିବା ସ୍ପଷ୍ଟ କରିଥିଲା ବେଲଜିୟମ ବୈଦେଶିକ ମନ୍ତ୍ରଣାଳୟ। ଚୋକସି ଦେଶରେ ନାଗରିକତ୍ଵ କାର୍ଡ ପାଇବା ପରେ  ପତ୍ନୀ ବେଲଜିୟମର ନାଗରିକ ପ୍ରୀତି ଚୋକସିଙ୍କ ସହ ଅଛନ୍ତି। କ୍ଯାନସରରେ ପୀଡ଼ିତ ଥିବା ଦର୍ଶାଇ ଆଣ୍ଟିଗୁଆରୁ ଚିକିତ୍ସା ପାଇଁ ବେଲଜିୟମ ଯାଇଛନ୍ତି ଚୋକସି। ୨୦୨୧ ମସିହାରେ ସେ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଭାରତୀୟ ଅଧିକାରୀ ଅପହରଣ କରିଥିବା ନେଇ ଚର୍ଚ୍ଚା ହେଉଥିଲା। ଏହାପରେ ଡୋମିନିକାରେ ସେ ରହିଥିବା ଦେଖିବାକୁ ମିଳିଥିଲା ।

Latest Posts

Don't Miss