ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ସହର ପାଇଁ ସ୍ଵତନ୍ତ୍ର ଟ୍ରାଫିକ ନିୟମାବଳୀ ଜାରି କରାଯାଇଛି। ଦିନ ୩ ଟା ପର୍ଯ୍ୟନ୍ତ ସହରରେ ସବୁ ଗାଡ଼ି ମଟର ପ୍ରବେଶ କରିପାରିବେ। ଅପରାହ୍ନ ୩ ଟା ପରେ କେତେକ କଟକଣା ଲାଗୁ କରାଯାଇଛି। ଦିନ ୩ଟା ରୁ ରାତି ୯ ଟା ପର୍ଯ୍ୟନ୍ତ ଧନୁପାଲିରୁ ଟାଉନ ପର୍ଯ୍ୟନ୍ତ ଗାଡ଼ି ମଟର ଚଳାଚଳ ବନ୍ଦ ରହିବ। ଦିନ ୩ ଟାରୁ ରାତି ୧୦ ପର୍ଯ୍ୟନ୍ତ ଧନକଉଡ଼ାରୁ ଟାଉନ ପର୍ଯ୍ୟନ୍ତ ଗାଡ଼ି ମଟର ଚଳାଚଳ ବନ୍ଦ ରହିବ। ଦିନ ୩ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଅଇଁଠାପାଲିରୁ ଟାଉନ ପର୍ଯ୍ୟନ୍ତ ଗାଡ଼ି ମଟର ଚଳାଚଳ ବନ୍ଦ ରହିବ। ସେପଟେ କ୍ଷେତରାଜପୁର ରେଳ ଷ୍ଟେସନରୁ ଟାଉନ ପର୍ଯ୍ୟନ୍ତ ଅପରାହ୍ନ ୪ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଗାଡି ମଟର ଚଳାଚଳ ବନ୍ଦ ରହିବ। ସନ୍ଧ୍ୟା ୫ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ବାଲି ବନ୍ଧାରୁ ଟାଉନ ବନ୍ଦ ରହିବ। ଅପରାହ୍ନ ୪ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ରେମେଡରୁ ଟାଉନ ଭିତରକୁ ଗାଡି ମଟର ଚଳାଚଳ ବନ୍ଦ ରହିବ।