spot_img

Latest Posts

ପବିତ୍ର ହନୁମାନ ଜୟନ୍ତୀ : ସକାଳୁ ଭକ୍ତଙ୍କ ଭିଡ଼

ନନ୍ଦିଘୋଷ ବ୍ୟୁରୋ: ଆଜି ମଧ୍ୟ ହେଉଛି ପବିତ୍ର ହନୁମାନ ଜୟନ୍ତୀ। ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକତାର ସହିତ  ଧୁମଧାମରେ ହନୁମାନ ଜୟନ୍ତୀ ପାଳନ କରାଯାଉଛି। ହନୁମାନ ମନ୍ଦିରଗୁଡ଼ିକରେ ସକାଳୁ ସକାଳୁ ଭିଡ଼ ଲାଗିଲାଣି। ଶ୍ରଦ୍ଧାଳୁମାନେ ପୂଜାପାଠ କରୁଛନ୍ତି। କେତେକ ସ୍ଥାନରେ ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ବାହାରିବାର ପରମ୍ପରା ରହିଛି। ସମ୍ଵଲପୁରରେ ବିରାଟ ଶୋଭାଯାତ୍ରା ବାହାରେ। ଏଥିପାଇଁ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଯେଉଁ ସ୍ଥାନ ଦେଇ ଶୋଭାଯାତ୍ରା ଯିବ, ସେହି ରାସ୍ତାରେ ପୋଲିସ ପକ୍ଷରୁ କଡ଼ା କଡ଼ି ଚେକିଂ କରାଯାଇଛି l ସୁରକ୍ଷା ଦୃଷ୍ଟିରୁ ସହର ସାରା ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ଏସପି, ମହାନଗର ନିଗମର କମିଶନର ବୁଲି ସ୍ଥିତି ଯାଞ୍ଚ କରୁଛନ୍ତି l ସହର ସାରା ୩୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜିଲ୍ଲା ପୋଲିସ ସହିତ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟ ମୁତୟନ କରାଯାଇଛି । ସିସିଟିଭି ନଜରରେ ରହିଛି ପୁରା ସହର । ଶାନ୍ତି ଶୃଙ୍ଖଳାରେ ହନୁମାନ ଜୟନ୍ତୀ ପାଳନ ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

Latest Posts

Don't Miss