spot_img

Latest Posts

ପବିତ୍ର ମହାବିଷୁବ ସଂକ୍ରାନ୍ତି : ଆଜିଠୁ ଆରମ୍ଭ ଓଡ଼ିଆ ନୂଆବର୍ଷ

ନନ୍ଦିଘୋଷ ବ୍ୟୁରୋ:  ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଆଜି ହେଉଛି ଓଡ଼ିଆ ନବ ବର୍ଷ। ଆଜିଠାରୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ ହୋଇଥାଏ। ନୂତନ ଓଡ଼ିଆ କ୍ୟାଲେଣ୍ଡର ସହିତ ନୂତନ ପାଞ୍ଜି ପ୍ରଚଳନ ଆରମ୍ଭ ମଧ୍ୟ ହୋଇଥାଏ। ବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ହୋଇଥାଏ ।ଵିଧି ଅନୁସାରେ ଶ୍ରୀମନ୍ଦିରରେ ସକାଳ ଧୂପ ପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରୁ ଆଜ୍ଞା ମାଳ ବିଭିନ୍ନ ମହାବୀରଙ୍କ ନିକଟକୁ ବିଜେ କରାଯାଇଥାଏ।ଶ୍ରୀମନ୍ଦିର ଚାରିଦ୍ୱାରରେ ଥିବା ମହାବୀରଙ୍କ ସମେତ ଶ୍ରୀଜଗନ୍ନାଥ ବଲ୍ଳଭ ଓ ଦରିଆ ମହାବୀରଙ୍କ ନିକଟକୁ ମଧ୍ୟ ଆଜ୍ଞା ମାଳ ବିଜେ କରାଯାଏ।  ଶ୍ରୀକ୍ଷେତ୍ରର ବିଭିନ୍ନ ଯାଗା ଆଖଡ଼ାରେ ପୂଜାପାଠ କରାଯିବାର ବିଧି ରହିଛି। ଜାଗା ଆଖଡ଼ାରେ ନୂଆ କୌପନି ପରିଧାନ କରି ମହାବୀରଙ୍କ ପୂଜା କରିବା ସହ କୁସ୍ତି ଓ ମଲ୍ଲ ଯୋଦ୍ଧା ଅଭ୍ୟାସ କରିଥାନ୍ତି। ଏହି ଅବସରରେ ପଣା ଛତୁଆ ଭୋଗ କରାଯିବାର ପରମ୍ପରା ରହିଥିବାବେଳେ ଜାଗାଗୁଡ଼ିକରେ ସକାଳୁ ସକାଳୁ ପ୍ରବଳ ଗହଳି ଲାଗିଲାଣି। ବିଷୁବ ସଂକ୍ରାନ୍ତିରେ ପଣା ପ୍ରସ୍ତୁତ କରାଯାଉଥିବାରୁ ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ବେଲ, କଦଳୀ,ଦହି, ଗୁଡ଼ ଆଦି ସାମଗ୍ରୀକୁ ନେଇ ପ୍ରସ୍ତୁତ କରାଯାଏ ଏହି ପଣା। ବିଷୁବ ସଂକ୍ରାନ୍ତିରେ ଶେଷ ହୋଇଥାଏ ପ୍ରସିଦ୍ଧ ଦଣ୍ଡନାଚ ଓ ମେରୁ ଯାତ୍ରା ଆରମ୍ଭ ହୋଇଥାଏ।

Latest Posts

Don't Miss