ବିଜୁ ବାବୁଙ୍କର ୨୮ତମ ତିରୋଧାନ ଦିବସ : ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପାଳନ କରିବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଏପ୍ରିଲ ୧୭ରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୨୮ତମ ତିରୋଧାନ ଦିବସ । ଦିବସକୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳନ କରିବ ବିଜୁ ଜନତା ଦଳ  । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତିରୋଧାନ ଦିବସ ପାଳନ ନେଇ ନିଷ୍ପତ୍ତି ନେଇଛି ଦଳ । ଏହି ଦିନଟି ପ୍ରତ୍ୟେକ ସ୍ଵାଭିମାନୀ ଓଡ଼ିଆଙ୍କ ପାଇଁ ଏକ ସ୍ମରଣୀୟ ଦିବସ ।  ପୂର୍ବବର୍ଷ ମାନଙ୍କ ଭଳି ପ୍ରଭାତରେ ତିଳତର୍ପଣ, ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଅନ୍ୟାନ୍ୟ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରି ସମ୍ମାନ ଜଣାଇବେ ବିଜେଡି ନେତା ଓ କର୍ମୀ । ପରେ ଏକ ସଭା ବା ଆଲୋଚନାଚକ୍ରରେ “ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁବାବୁଙ୍କ ଅବଦାନ ଓ ତାଙ୍କରି ଆଦର୍ଶରେ ଓଡ଼ିଶାର ସମୃଦ୍ଧି ଓ ଆଗାମୀର ଆହ୍ଵାନ” ସମ୍ପର୍କରେ ଆଲୋଚନା କରାଯିବ । କାର୍ଯ୍ୟକ୍ରମ ପାଳନର ଭିଡିଓ /ଫଟୋଚିତ୍ର ସହିତ ସଂକ୍ଷିପ୍ତ ବିବରଣୀ ସଭାପତିଙ୍କ ଅବଗତି ନିମନ୍ତେ ଶଙ୍ଖ ଭବନ ପଠାଇବେ ନେତା ଓ କର୍ମୀ ।