କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ ଚେହେରା ? ଇଣ୍ଡିଆ ମେଣ୍ଟରେ ଛିଡ଼ୁନି ବିବାଦ!

ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସୁଛି ବିହାର ନିର୍ବାଚନ । ଭୋଟରଙ୍କ ମନ ଜିଣିବା ପାଇଁ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରମ୍ଭ ହୋଇ ଗଲାଣି ପ୍ରତିଯୋଗିତା । ଏବେଠାରୁ କିଏ ରାଲି କରୁଛି ତ ଆଉ କିଏ ସଭା ସମିତି କରୁଛି । ତେବେ ଇଣ୍ଡିଆ ମେଣ୍ଟ ନିର୍ବାଚନ ଲଢ଼ୁଥିବାବେଳେ ବିହାରରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ କାହାକୁ ଆଗକୁ ଆଣିବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆରଜେଡି ନେତା ତେଜସ୍ବୀ ଯାଦବ ଆଗରେ ରହିଥିବାବେଳେ ଏଯାବତ କଂଗ୍ରେସ ପକ୍ଷରୁ କିନ୍ତୁ ଗ୍ରୀନ୍ ସିଗନାଲ ମିଳିନାହିଁ । ଏନଡିଏ ବୈଠକ ଚାଲିଥିବାବେଳେ ଚିରାଗ ପାଶଓ୍ବାନ ଭବିଷ୍ୟବାଣୀ କହିଛନ୍ତି କି, ନିର୍ବାଚନ ପୂର୍ବରୁ ମହାଗଠବନ୍ଧନ ଭାଙ୍ଗି ଯାଇଥିବ ।

ସେପଟେ ଚିରାଗ ପାଶଓ୍ବାନଙ୍କୁ ଟାର୍ଗେଟ କରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କହିଛନ୍ତି କି, ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ କେହି ରୋକି ପାରିବେ ନାହିଁ । ଯଦି ଏନେଇ କଂଗ୍ରେସ ଏଯାବତ କିଛି କହିନାହିଁ ତଥାପି ଆସନ୍ତା ୧୭ ତାରିଖରେ ପାଟନାରେ ବୈଠକ ହେବାକୁ ଥିବାବେଳେ ଏଥିରେ ସବୁ ସ୍ପଷ୍ଠ ହୋଇଯିବ ।  ସବୁ ଠିକ ହୋଇଯିବ । ତେବେ ବିହାର ରାଜନୀତି ଏବେ ବେଶ ରୋଚକ ହେବାକୁ ଯାଉଛି ।