spot_img

Latest Posts

ମେ’ ପ୍ରଥମ ସପ୍ତାହରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଆସନ୍ତା ମେ’ ପ୍ରଥମ ସପ୍ତାହରେ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ଚଳିତ ବର୍ଷ ସମସ୍ତ ପରୀକ୍ଷା CBT ବା କମ୍ପୁଟର ବେସ୍‌ ଟେଷ୍ଟିଂ ମାଧ୍ୟମରେ ଅନୁଷ୍ଠିତ ହେବ । ଉଭୟ ୟୁଜି ଓ ପିଜି ପାଠ୍ୟକ୍ରମରେ ଅନ୍‌ଲାଇନ୍‌ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ବି ଫାର୍ମା, ଲାଟେରାଲ ଏଣ୍ଟ୍ରି ଟୁ ବି ଫାର୍ମା, ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍‌ ଫର ଡିପ୍ଳୋମା ଷ୍ଟୁଡେଣ୍ଟ, ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍‌, ଏମ୍‌ସିଏ, ଲାଟେରାଲ ଏଣ୍ଟ୍ରି ଟୁ ଏମ୍‌ସିଏ, ଏମ୍‌ବିଏ, ଏମ୍‌ଟେକ୍‌, ଆର୍କିଟେକ, ଏମ୍‌ପ୍ଳାନ ପରୀକ୍ଷା ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବ ବୋଲି ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦିପ ଚାନ୍ଦ । ଗତ ବର୍ଷ ଏହି ପରୀକ୍ଷା ଅଫଲାଇନ୍‌ ମାଧ୍ୟମରେ କରାଯାଇଥିଲା ।

Latest Posts

Don't Miss