ଆଶ୍ଚର୍ଯ୍ୟଜନକ ମାମଲା! ୩ ବର୍ଷୀୟ ଶିଶୁର ମୁଣ୍ଡର ପଛପାଖରେ ବଢ଼ୁଥିଲା ଏକ ହାତ

ଭୋପାଳ:  ଭୋପାଳ ସ୍ଥିତ ଏମ୍ସ ହସ୍ପିଟାଲରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଗୋଟିଏ ୩ ବର୍ଷୀୟ ଶିଶୁର ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା, ଯାହାର ଶରୀରରେ ଜନ୍ମରୁ ଏକ ଅଜବ ଧରଣର ହାତ ଦେଖିବାକୁ ମିଳିଥିଲା । ହାତଟି ମୁଣ୍ଡର ପଛପାଖରେ ବଢ଼ିବାରେ ଲାଗିଥିଲା । କେବଳ ଏତିକି ନୁହେଁ, ଶିଶୁଟିର ଶରୀରର କିଛି ଅଙ୍ଗ ଶରୀର ସହ ଯୋଡ଼ି ହୋଇ ରହିଥିଲା । ଏହା ଈଶ୍ବରଙ୍କ ଚମତ୍କାର ବୋଲି ପରିବାର ଲୋକେ ମାନିନେଇଥିଲେ । ସେଥିପାଇଁ ସେମାନେ ଶିଶୁକନ୍ୟାର ଚିକିତ୍ସା କରିନଥିଲେ । ଦୁଇବର୍ଷ ପରେ ଶିଶୁଟିର ଶରୀରରେ ଯୋଡ଼ି ହୋଇଥିବା ଅଙ୍ଗ ବିକଶିତ ହେବାରୁ ସ୍ଥିତି ବିଗିଡ଼ିବାରେ ଲାଗିଥିଲା । ଏଥିରେ ବ୍ୟସ୍ତ ହୋଇ ପରିବାର ଲୋକେ ହସ୍ପିଟାଲ ଯାଇଥିଲେ । ଅପରେସନ ପରେ ଡାକ୍ତର ମଧ୍ୟ ଚକିତ ହୋଇପଡ଼ିଥିଲେ ।

ଡାକ୍ତରଙ୍କ ମୁତାବକ, ଏହା ଏକ ପରଜୀବୀ ଯାଁଳା (ପାରାସିଟିକ ଟ୍ବିନ) ମାମଲା ଥିଲା । ଏକ ଅଳ୍ପ ବିକଶିତ ଯାଁଳା ଭ୍ରୁଣ, ଜୀବିତ ଶିଶୁର ମୁଣ୍ଡ ଓ ବେକ ସହ ଯୋଡ଼ି ହୋଇ ରହିଥିଲା ।, ଯେତେବେଳେ ଗର୍ଭରେ ଦୁଇ ଯାଁଳା ଶିଶୁ ସୃଷ୍ଟି ହୋଇଥାନ୍ତି, ସେ କ୍ଷେତ୍ରରେ ପରଜୀବୀ ଯାଁଳା ଏକ ଦୁର୍ଲ୍ଲଭ ସ୍ଥିତିରେ ଦେଖିବାକୁ ମିଳିଥାଏ । ମାତ୍ର ଅଧାରେ ସେମାନଙ୍କ ମଧ୍ୟରୁ ଗୋଟିକର ବିକାଶ ଅଟକି ଯାଇଥାଏ । ଏହି ଅଧୁରା ଯାଁଳା ଶିଶୁ ପୂରା ବିକଶିତ ହୋଇଥିବା ଯାଁଆଳା ସହ ଯୋଡ଼ି ହୋଇ ରହିଥାଏ । ମଧ୍ୟପ୍ରଦେଶର ଅଶୋକ ନଗରରେ ରହୁଥିବା ଏକ ପରିବାରର ଶିଶୁ ସହ ଏପରି ଘଟିଛି । ଡାକ୍ତରମାନେ ଶିଶୁର ମୁଣ୍ଡ ଓ ମେରୁଦଣ୍ଡ ସହ ଜଡ଼ିତ ପରଜୀବୀ ଯାଁଳାକୁ ବାହାର କରିଥିଲେ । ଶିଶୁଟିର ଗର୍ଦନ ପଛର ଭାଗରେ ଜନ୍ମରୁ ଏକ ମାଂସ ବଢ଼ୁଥିଲା । ବୟସ ବଢ଼ିବା ସହ ଶରୀର ସହ ଯୋଡ଼ି ହୋଇ ରହିଥିବା ଅଙ୍ଗ ବଢ଼ିବାରୁ ପରିବାର ଲୋକେ ଡାକ୍ତରଙ୍କୁ ଦେଖା କରିଥିଲେ । ୭ ଘଣ୍ଟାର ସର୍ଜରୀ ପରେ ସ୍ପେଶାଲ ଟେକନିକର ଉପଯୋଗ କରି ଶିଶୁର ବ୍ରେନ ଓ ଗର୍ଦନ ସହ ଜଡ଼ିତ ଅବିକଶିତ ଭ୍ରୁଣକୁ ତା’ର ଶରୀରରୁ ଡାକ୍ତର ଅଲଗା କରିଥିଲେ ।