ଭାରତକୁ ମିଳିବ ନିଜର ପ୍ରଥମ ସେମିକଣ୍ଡକ୍ଟର ଚିପ: କେବେ ହେବ ଲଞ୍ଚ, ସୂଚନା ଦେଲେ IT ମନ୍ତ୍ରୀ

1 min read

ନୂଆଦିଲ୍ଲୀ: ରତକୁ ନିଜର ପ୍ରଥମ ସେମିକଣ୍ଡକଟର ଚିପ୍ ମିଳିବ । ଏହାର ଲଞ୍ଚ ତାରିଖ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେମିକଣ୍ଡକ୍ଟର ଚିପର ଲଞ୍ଚିଂ ନେଇ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସ ସୁଦ୍ଧା ଏହା ଲଞ୍ଚ ହୋଇପାରେ । ଭାରତ ସେମିକଣ୍ଡକ୍ଟର ଚିପ ଉତ୍ପାଦନକୁ ନେଇ ଜୋରସୋରରେ ପ୍ରସ୍ତୁତି ଜାରି ରଖିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ନିଜର ସ୍ବଦେଶୀ  ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି । ଏକ ସାକ୍ଷାତକାର ଅବସରରେ କେନ୍ଦ୍ରମନ୍ତ୍ରୀ ଏ ବାବଦରେ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ଚିପ୍ ପ୍ରଡକ୍ସନ ପାଇଁ ଜରୁରୀ ୫ ୟୁନିଟ୍ସ ଚାଲିଛି ଓ ଅନ୍ୟ କାମ ମଧ୍ୟ ଧାର୍ଯ୍ୟ ସମୟରେ ହେଉଛି । ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଯୋଜନା ସେମିକନ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ଟାଟା ଇଲେକ୍ଟ୍ରୋନିକ୍ସ ଓ ତାଇଓ୍ବାନ ସ୍ଥିତ ପିଏସଏମସିର ସହାୟତାରେ ଏହାକୁ ବିକଶିତ କରାଯାଉଛି । ଗୁଜରାଟର ଧୋଲେରା ଫ୍ୟାବ୍ରିକେସନ ପ୍ଲାଟରେ ଏହାକୁ ପ୍ରସ୍ତୁତ କରାଯିବ ।

ସୂଚନାଯୋଗ୍ୟ ଯେ, ସେମିକଣ୍ଡକ୍ଟର ଚିପସେଟ ଅନେକ ପ୍ରକାରର ହୋଇଥାଏ । ସେଥିମଧ୍ୟରେ ମାଇକ୍ରୋପ୍ରୋସେସର, ମେମୋରୀ ଚିପ୍ସ (RAM, ଫ୍ଲାଶ ଷ୍ଟୋରେଜ), ଗ୍ରାଫିକ୍ସ ପ୍ରୋସେସିଂ ୟୁନିଟ (GPU) ଆଦି ସାମିଲ ରହିଛି । ଭାରତକୁ ସ୍ବଦେଶୀ ସେମିକଣ୍ଡକ୍ଟର ଚିପ ଆସିବା ପରେ, ଦେଶ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବ । ସେମିକଣ୍ଡକ୍ଟର ଚିପ ମାନୁଫାକଚରିଂ ଇଣ୍ଡଷ୍ଟ୍ରି ଦୀର୍ଘ ସମୟ ଧରି କିଛି ବଛା ବଛା ଦେଶଙ୍କ କବଜାରେ ରହିଆସିଛି । ଥରେ ଧୋଲେରା ଫ୍ୟାବ୍ରିକେସନ ପ୍ଲାଣ୍ଟ ଆରମ୍ଭ ହେବା ପରେ, ଏହା ଭାରତର ସେମିକଣ୍ଡକ୍ଟର ମାନୁଫାକଚରିଂ ଇକୋସିଷ୍ଟମ ପାଇଁ ମୂଳଦୁଆ ଭାବେ କାମ କରିବ ।