ମିଶନ ଶକ୍ତି ମହିଳାଙ୍କୁ ଡରୁଛନ୍ତି ବିଜେପି ସରକାର : ସୋଫିଆ ଫିର୍ଦ୍ଦୋସ
1 min read
ଭୁବନେଶ୍ବର: ମିଶନ ଶକ୍ତି ବନ୍ଦ କରିବା ନେଇ ରାଜ୍ୟ ସରକାରଙ୍କୁ ସୋଫିଆଙ୍କ ଟାର୍ଗେଟ । ଆଜିବି ୭୦ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ବିଜେପି ସରକାର ଡରୁଛନ୍ତି ବୋଲି କଡା ସମାଲୋଚନା କଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । SHG ପୁନର୍ଗଠନ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରି ସୋଫିଆ କହିଛନ୍ତି ଯେ, ମହିଳାଙ୍କୁ ଭୋଟ ବ୍ୟାଙ୍କ ହିସାବରେ ବ୍ୟବହାର କରାଯାଉଛି । ମିଶନ ଶକ୍ତିର ଏହି ଟିମ୍ ଲିଡରମାନେ ସୁଭଦ୍ରା ଠାରୁ ଅନ୍ୟ ସରକାରୀ ଯୋଜନାରେ କାମ କରିଛନ୍ତି । ଆଜି ବିଜେପି ସରକାର ସେମାନଙ୍କୁ ବାହାର କରିଦେବେ ସେମାନେ କୁଆଡେ଼ ଯିବେ । ଆଜିବି ୭୦ ଲକ୍ଷ ମିଶନ ଶକ୍ତି ମହିଳାଂକୁ ଡରୁଛନ୍ତି ବିଜେପି ସରକାର ।
ଏହି ମହିଳାମାନେ ଭୋଟ ଦେଲେ ବୋଲି ତ ସରକାରଙ୍କୁ ଆସିଲେ । ତେଣୁ ସରକାର ସେ ଭୟରୁ ବାହାରି ପାରୁନାହାନ୍ତି କାହିଁକି । ମହିଳାଙ୍କୁ ସଶକ୍ତ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ । ପୁରୁଣା ସଦସ୍ୟ ରଖନ୍ତୁ ଓ ନୂଆ ସଦସ୍ୟକୁ ସାମିଲ କରନ୍ତୁ । ଏଭଳି ପୁରୁଣା ସଦସ୍ୟଙ୍କୁ ବାହାର କରି ସେମାନଙ୍କୁ ଅପମାନିତ ନକରନ୍ତୁ ।