spot_img

Latest Posts

ମେଘନାଦ ପାଚେରୀରେ ମଗରମୁଣ୍ଡ ଭଙ୍ଗାଯିବା ଘଟଣା : ସ୍ପଷ୍ଟୀକରଣ ରଖିଲେ ଜିଲ୍ଲାପାଳ

ନନ୍ଦିଘୋଷ ବ୍ୟୁରୋ : ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ମେଘନାଦ ପାଚେରୀରେ ଲାଗିଥିବା ମଗରମୁଣ୍ଡକୁ ଭାଙ୍ଗି ଦିଆଯିବା ଘଟଣା । ପ୍ରତିକ୍ରିୟା ରଖିଲେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଶ୍ରୀମନ୍ଦିରରୁ ଜଳ ନିଷ୍କାସନ ନେଇ ସମସ୍ୟା ହେବାରୁ ଏହାକୁ ଭଙ୍ଗା ଯାଇଛି ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ଜିଲ୍ଲାପାଳ । ପରବର୍ତ୍ତୀ ସମୟରେ ଏହାକୁ ପୁନର୍ବାର ଯଥା ସ୍ଥାନରେ ସ୍ଥାପିତ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ କ୍ରମେ ଇଞ୍ଜିନିୟର ମାନେ ତାକୁ ଭାଙ୍ଗି ମରାମତି କାର୍ଯ୍ୟ କରୁଥିବା କହିଛନ୍ତି ଜିଲ୍ଲାପାଳ।

ଗତକାଲି ମଗରମୁଣ୍ଡ ଭଙ୍ଗା ଯିବା ଘଟଣାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଥିବା ମଗର ମୁଣ୍ଡକୁ ଭଙ୍ଗାଯାଇ ସେଠାରେ ଏକ ବଡ଼ ପାଇପ ସଂଯୋଗ କରାଯାଇଛି । ସେହି ପାଇପ ବାଟେ ମନ୍ଦିର ଭିତରର ବର୍ଜ୍ୟ ଜଳ ନିଷ୍କାସିତ ହେଉଥିବା ଦେଖିବାକୁ ମିଳୁଛି  । ତେବେ ପୁରୁଣା କୀର୍ତ୍ତିରାଜିକୁ ଭାଙ୍ଗି ଏପରି ନିର୍ମାଣ କରିବା କେତେଦୂର ଯଥାର୍ଥ ତାହାକୁ ନେଇ ସେବାୟତ ମହଲରେ କ୍ଷୋଭ ପ୍ରକାଶ ପାଇଥିଲା । ଏହାପରେ ଆଜି ଜିଲ୍ଲାପାଳ ସ୍ପଷ୍ଟୀକରଣ ରଖିଛନ୍ତି ।

Latest Posts

Don't Miss