ଗଣଦୁଷ୍କର୍ମ ମାମଲାରେ ୩ ଦୋଷୀଙ୍କୁ ମୃତ୍ୟୁଦଣ୍ଡାଦେଶ

1 min read

ତେଲଙ୍ଗାନା: ନିର୍ଭୟା’ ଦୋଷୀଙ୍କୁ ଫାଶୀ ନେଇ ସବୁଠି ଚର୍ଚ୍ଚା । ଫାଶୀ ଫନ୍ଦାରୁ ମୁକୁଳିବାକୁ ଦୋଷୀ ବି ଖୋଜୁଛନ୍ତି ଆଇନର ଗଳାବାଟ । ଅନ୍ୟପଟେ ଏକ ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର ୬୬ ଦିନରେ ରାୟ ଦେଇଛନ୍ତି ଫାଷ୍ଟ ଟ୍ରାକ କୋର୍ଟ । ସମଥା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ୩ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି ।

FILE

୨୦୧୯ ନଭେମ୍ବର ୨୪ ତାରିଖରେ ଆସିଫାବାଦରେ ଜଣେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କୋର୍ଟ ୪୪ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଓ ୧୪୦ ପୃଷ୍ଠାର ଚାର୍ଜସିଟ୍ ଆଧାରରେ ଏହି ରାୟ ଶୁଣାଇଛନ୍ତି । ଆସିକ ବାବୁ, ସାବୋଦ୍ଦିନ, ମୁକୁଡମଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି ।

ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମକାରୀଙ୍କୁ ଗୁଳି କଲା ପୋଲିସ

Leave a Reply