୧୦ ବର୍ଷରେ ଫସଲ ହାନୀ ପାଇଁ ଚାଷୀ ଆତ୍ମହତ୍ୟା ହୋଇନି, ଲିଖିତ ଉତ୍ତର ରଖିଲେ କୃଷିମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ନବୀନ ସରକାର ସମୟରେ ଫସଲହାନୀ ପାଇଁ ଚାଷୀ ଆତ୍ମହତ୍ୟା କରି ନାହାନ୍ତି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ଫସଲ ହାନୀ ଯୋଗୁଁ ଚାଷୀ ଆତ୍ମହତ୍ୟା କରିଥିବାର ନଜିର ନାହିଁ। ବିଧାନସଭାରେ ଏ କଥା ଲିଖିତ ଭାବେ ଜଣାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଲିଖିତ ଉତ୍ତରରେ ଏହା ବି ଉଲ୍ଲେଖ କରାଯାଇଛି ଯେ, ନବୀନ ସରକାର ସମୟର ଚାଷୀ ଓ ଚାଷର ଉନ୍ନତି ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। ସ୍ୱତନ୍ତ୍ର କୃଷି ବଜେଟ ଓ କାଳିଆ ଯୋଜନା କରାଯାଇଥିଲା । ସେହିପରି ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତି ପାଇଁ ଯେଉଁ ଫସଲବୀମା ଯୋଗାଇ ଦିଆଯାଇଥିବା ବି ଉତ୍ତରରେ ଉଲ୍ଲେଖ କରାଯାଇଛି।