ଦ୍ବିତୀୟ ବିବାହ ପାଇଁ ୨ ପୁଅଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତଙ୍କର ହେଲା ସିନ୍ ରିକ୍ରିଏସନ୍

ନନ୍ଦିଘୋଷ ବ୍ୟୁରୋ: ଦ୍ବିତୀୟ ବିବାହ ପାଇଁ ୨ ପୁଅଙ୍କୁ ନିର୍ମମ ହତ୍ୟା ଘଟଣା। ନୟାଗଡ଼ ଫତେଗଡ ଥାନା ଧାନଚାଙ୍ଗଡ଼ା ଗାଁରେ ଆଜି ପୁଣି କ୍ରାଇମବ୍ରାଞ୍ଚ ଟିମ୍ ର ତଦନ୍ତ ଆରମ୍ଭ । ଗିରଫ ଅଭିଯୁକ୍ତ ବାପା ପ୍ରକାଶ ମହାନ୍ତି ଓ ଜେଜେ ମାକୁ ଧାନଚାଙ୍ଗଡ଼ା ଗାଁକୁ ଆଣି ସିନ୍ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ। ଗତ ୧୦ତାରିଖରେ ଫତେଗଡ ଥାନା ଅଞ୍ଚଳ ଧାନଚାଙ୍ଗଡ଼ା ଗାଁରେ ହୋଇଥିଲା ଅମାନୁଷିକ ହତ୍ୟା। ଶୋଇଥିବା ବେଳେ ୨ ପୁଅଙ୍କ ତଣ୍ଟିଚିପି ହତ୍ୟା କରିଥିଲା ଅଭିଯୁକ୍ତ ବାପା। ଦୁଇ ଭାଇ ବିକାଶ ମହାନ୍ତି ଏବଂ ଆକାଶ ମହାନ୍ତିଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିଲେ। ପ୍ରମାଣ ନଷ୍ଟ କରିବାକୁ ବାପା ଓ ଜେଜେମା ସୌରୀ ମହାନ୍ତି ଦୁଇ ନାବାଳକ ପୁଅକୁ ଦଉଡିରେ ଝୁଲାଇ ଦେଇଥିଲେ। ବାପାର ଦ୍ବିତୀୟ ବିବାହ ଜିଦକୁ ବଡ ପୁଅ ବିରୋଧ କରି ଆସୁଥିବାରୁ ରାସ୍ତାରୁ ହଟାଇଥିଲେ ପିଶାଚ ବାପା ଓ ଜେଜେମା।